କନକ ବ୍ୟୁରୋ: କଟକରେ ପୂଜା ମଣ୍ଡପରୁ ଲୁଟ୍ ଘଟଣାର ପର୍ଦ୍ଦାଫାଶ । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ । ଗତ ଜାନୁଆରୀ ୨୮ ତାରିଖରେ ଦରଖାପାଟଣା ପୂଜା ମଣ୍ଡପରୁ ମା’ଙ୍କ ଅଳଙ୍କାର ଓ ଦାନହୁଣ୍ଡିରୁ ଟଙ୍କା ଲୁଟି ଥିଲେ ଏହି ଲୁଟେରା । ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଏହି ଆଧାରରେ ପୁଲିସ ମାମଲାର ତଦନ୍ତ କରିଥିଲା ଏବଂ ୩ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ କିଛି ଲୁଟ୍ ଟଙ୍କା, କିଛି ଅଳଙ୍କାର, ଏକ ସ୍କୁଟି ଜବତ ହୋଇଛି । ସେହିପରି ମା’ଙ୍କୁ ରୁପା ମୁକୁଟ କିଣିଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ଲୁଟେରାମାନେ ମଧୁପାଟଣା ଥାନା ଅଞ୍ଚଳରେ ଜାନୁଆରୀ ୨୦ ତାରିଖରେ ଆଉ ଏକ ମନ୍ଦିର ଓ ଦୋକାନ ଲୁଟ୍ ଘଟଣାରେ ସଂପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଛି । ବଡ଼ କଥା ହେଉଛି ଲୁଟେରାମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି ।
କଟକରେ ପୂଜା ମଣ୍ଡପରୁ ଲୁଟ୍ ଘଟଣାର ପର୍ଦ୍ଦାଫାଶ । ୪ ଜଣଙ୍କୁ ଗିରଫ କଲା ପୋଲିସ ।
/kanak/media/post_attachments/wp-content/uploads/2024/02/Screen-Shot-2024-02-05-at-5.09.02-PM.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)