କାଳିଆ ଯୋଜନା ନାଁରେ ବଡ ଧରଣର ଚଞ୍ଚକତା । ଚାଷୀଙ୍କ ଅଜାଣତରେ ଉଠାଯାଇଛି ଲକ୍ଷାଧିକ ଟଙ୍କା

କାଳିଆ ଯୋଜନା ନାଁରେ ବଡ ଧରଣର ଚଞ୍ଚକତା । ଚାଷୀଙ୍କ ଅଜାଣତରେ ଉଠାଯାଇଛି ଲକ୍ଷାଧିକ ଟଙ୍କା

କନକ ବ୍ୟୁରୋ: କାଳିଆ ଯୋଜନା ନାଁରେ ବଡ ଧରରଣର ଚଞ୍ଚକତା ଅଭିଯୋଗ ହୋଇଛି । ଲୋକଙ୍କ ଅଜାଣତରେ ଆକାଉଣ୍ଟ ଖାଲି କରି ଲକ୍ଷାଧିକ ଟଙ୍କା ଆତ୍ମସାତ୍ ହୋଇଛି । ନବରଙ୍ଗପୁର ଜିଲ୍ଲାର ଅଖେଗୁଡା ଗାଁର ନିରୀହ ଗରିବ ଲୋକଙ୍କ ଟଙ୍କା ଉଠାଇ ଚାଲିଥିଲା ଠକେଇ । ଦିନେ କି ଦୁଇ ଦିନ ନୁହେଁ ତିନି ବର୍ଷ ଧରି ଏହି ଠକେଇ ଚାଲିଥିଲା । ଯାହା ଜାଣିବା ପରେ ଏବେ ଥାନାର ଦ୍ୱାରସ୍ତ ହୋଇଛନ୍ତି ଲୋକମାନେ । ଗାଁର ଚାଷୀ ମାନେ ୨୦୧୯ ପର୍ଯ୍ୟନ୍ତ କାଳିଆ ଟଙ୍କା ଉଠାଇଥିଲେ । ତା ପରଠାରୁ ତାଙ୍କ ଆକାଉଣ୍ଟକୁ ଆଉ ଟଙ୍କା ଆସିନଥିଲା । ତେବେ କରୋନା ଯୋଗୁ ଟଙ୍କା ଆସୁନଥିବା ଚାଷୀ ଭାବୁଥିବା ବେଳେ ପରେ ଅନ୍ୟ ଏକ ଘଟଣା ଜଣାପଡିଥିଲା । କାଳିଆ ଟଙ୍କା ତାଙ୍କ ଆକାଉଣ୍ଟକୁ ନଆସି ଅନ୍ୟ ଏକ ଘରୋଇ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ଆଉ ସମସ୍ତ ଟଙ୍କା ବି ଉଠା ସରିଛି । ସେହି ବ୍ୟାଙ୍କରେ ସେମାନେ ଖାତା ଖୋଲିନଥିବା ବେଳେ ସେହି ଆକାଉଣ୍ଟକୁ ଟଙ୍କା କେମିତି ଗଲା ବୋଲି ପ୍ରଶ୍ନ ଉଠିଛି ? ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହିତ ଥାନରେ ହାଜର ହୋଇଛନ୍ତି । ଆକାଉଣ୍ଟ ଖାଲି କରି ଲକ୍ଷାଧିକ ଟଙ୍କା କିଏ ହଡପ କରି ନେଇଛି ? ଏହି ଟଙ୍କା ହଡପରେ କାହାର କାହାର ହାତ ରହିଛି ? ଏନେଇ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe