କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ୨ଟି ମନ୍ଦିରରୁ ଲୁଟ : ବିଳମ୍ବିତ ରାତିରେ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ କଲେ ଦୁବୃର୍ତ୍ତ

 ସେପଟେ ମା ଦକ୍ଷୀଣ କାଳୀଙ୍କ ଅଳଙ୍କାର ଚୋରୀ, ପୋଲିସର ଛାନଭିନ 

34

କନକ ବ୍ୟୁରୋ : ଗୋଟିଏ ରାତିରେ ୨ଟି ମନ୍ଦିରରୁ ଚୋରୀ । ବାଲିଗୁଡ଼ାର ୨ଟି ମନ୍ଦିରରୁ ଲୁଟ କରିଛନ୍ତି ଦୁବୃର୍ତ୍ତ । ଜଗନ୍ନାଥ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିଥିବାବେଳେ ଦକ୍ଷିଣକାଳୀ ମନ୍ଦିରରୁ ମାଙ୍କ ଅଳଙ୍କାର ଚୋରୀ କରିଛନ୍ତି ଦୁବୃର୍ତ୍ତ । ସକାଳୁ ସକାଳୁ ମନ୍ଦିରର ପୂଜାରୀ ଏନେଇ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ ଆରମ୍ଭ କରିଛି । ପ୍ରତିଦିନ ବିଭିନ୍ନ ମନ୍ଦିରରୁ ସୁନା ଅଳଙ୍କାର ଚୋରିର ଖବର ସାମ୍ନାକୁ ଅସୁଛି । ଦୁର୍ବୃତ୍ତମାନେ ଏବେ ମନ୍ଦିର ହୁଣ୍ଡି ଓ ଅଳଙ୍କାର ଉପରେ ନଜର ରଖୁଛନ୍ତି । ଏବଂ ସୁଯୋଗ ଦେଖି ଲୁଟ କରିନେଉଛନ୍ତି ।