କନକ ବ୍ୟୁରୋ : ରାୟଗଡ଼ା ସହରର ସାଇପ୍ରିୟା ନଗରରେ ବଡ଼ଧରଣର ଲୁଟ । ହାତ ଗୋଡ ବାନ୍ଧି ଘରୁ ଲୁଟିନେଲେ ୨୫ ଭରି ସୁନା ଅଳଙ୍କାର ସମେତ ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ । ଝରକା ଭାଙ୍ଗି ଏମ ଭେଙ୍କେଟ ରାବନାଙ୍କ ଘରେ ପଶିଥିଲେ ୧୦ ଜଣ ଡକାୟତ । ମାରଣାସ୍ତ୍ର ଦେଖାଇ ୭ଜଣ ଘର ଭିତରେ ଡକାୟତି କରିଥିବା ବେଳେ ଘର ବାହାରେ ୨ଜଣ ଜଗିଥିଲେ । ରାୟଗଡ଼ା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ଘରେ ରହିବାକୁ ବି ସୁରକ୍ଷିତ ମନେକରୁନାହାନ୍ତି । ଏନେଇ ସ୍ଥାନିୟ ପ୍ରଶାସନ କୌଣସି ଠୋସ୍ ପଦକ୍ଷେପ ନେବାକୁ ଦାବି ଉଠିଛି । କାରଣ ଝରକାର ଭାଙ୍ଗି ଘରେ ପଶି ହାତଗୋଡ ବାନ୍ଧି ଲୁଟ କରିବା ଘଟଣା ସମସ୍ତଙ୍କୁ ଆତଙ୍କିତ କରିଛି