କନକ ବ୍ୟୁରୋ: ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ୍ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ଗାଁର ବ୍ୟବସାୟୀ ସୁନୀଲ ସାହୁଙ୍କ ଘରେ ଭଡାରେ ରହୁଥିବା ଶିକ୍ଷୟତ୍ରୀଙ୍କ ଘରେ ପଶି ଡକାୟତି ।

Advertisment

ଅଭିଯୋଗ ଅନୁସାରେ, ଗତକାଲି ମଧ୍ୟ ରାତ୍ରିରେ ଆଠ ଜଣ ମୁଖା ପିନ୍ଧା ଦୁର୍ବୃତ ତାଲା ଭାଙ୍ଗି ଶିକ୍ଷୟତ୍ରୀଙ୍କ ଘରେ ପସିଥିଲେ । ଘରେ ଥିବା ଶିକ୍ଷୟତ୍ରୀ ତାଙ୍କ ସ୍ୱାମୀ ଓ ଛୋଟ ଛୁଆ ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇବା ସହ ଘରେ ଯାହା ଅଛି ଦେବାକୁ କହିଥିଲେ । କେବଳ ସେତିକି ନୁହେଁ ବ୍ୟବସାୟୀ ସୁନୀଲ ସାହୁଙ୍କ ରୁମ୍ କେଉଁଟା ବୋଲି ମଧ୍ୟ ପଚାରିଥିଲେ । ଘରୁ ସମସ୍ତ ଟଙ୍କା ଓ ସୁନା ଗହଣା ଲୁଟି ଫେରାର ହୋଇ ଯାଇଥିଲେ । ଏନେଇ ଡଙ୍ଗରଭେଜା ଫାଣ୍ଡିରେ ଅଭିଯୋଗ ହେବା ସହ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆନୁମାନିକ ୭ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।