ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷୟତ୍ରୀଙ୍କୁ ଲୁଟିଲେ ଲୁଟେରା । ପ୍ରତିବାଦ କରିବାରୁ ନାଳ ପାଣିରେ ପକାଇ ଯୁବତୀଙ୍କୁ ବୁଡାଇଲେ ତିନି ଲୁଟେରା

165

କନକ ବ୍ୟୁରୋ : ରାଜ୍ୟରେ ପ୍ରତିଦିନ ଲୋକେ ଲୁଟର ଶୀକାର ହେଉଥିବା ଖବର ଆପଣ ଦେଖୁଥିବେ, ହେଲେ ଯାଜପୁରରେ ଏଭଳି ଏକ ଲୁଟ ହୋଇଛି ଯାହା ଆପଣଙ୍କୁ ଚିନ୍ତାରେ ପକାଇଦେବ । ଜଣେ ଶିକ୍ଷୟତ୍ରୀଙ୍କ ଠାରୁ ତିନି ଲୁଟେରା ସୁନା ଚେନ, ଲକେଟ୍, ମୋବାଇଲ ଓ ପ୍ରାୟ ୩ ହଜାର ଟଙ୍କା ଲୁଟ କରିବା ପରେ ତାଙ୍କୁ ଜୋର ଜବରଦସ୍ତି ନାଳ ପାଣିରେ ବୁଡାଇଥିଲେ । ଯୁବତୀ ଜଣଙ୍କ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଆସିଥିଲେ ଫଳରେ ଲୁଟେରାମାନେ ତାଙ୍କୁ ଛାଡି ପଳାଇଯାଇଥିଲେ ।
ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବଉଳାଙ୍ଗ ଅହିୟାସ ରାସ୍ତା ଆରୁହା ପୋଲ ନିକଟରେ । ଏନେଇ ଶିକ୍ଷୟତ୍ରୀ ଜଣଙ୍କ ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଗତକାଲି ଶିକ୍ଷୟତ୍ରୀ ସିଲିଳତା ସାହୁ ମଧ୍ୟାନରେ ଘରକୁ ଫେରୁଥିବା ବେଳେ ତିନି ଲୁଟେରା ଏକ ବାଇକରେ ତାଙ୍କୁ ପିଛା କରିଥିଲେ । କିଛି ବାଟ ଆସିବା ପରେ ଏକ ନିଛାଟିଆ ଜାଗାରେ ଲୁଟେରାମାନେ ତାଙ୍କୁ ଅଟକାଇ ଜୋରଜବରଦସ୍ତ ତାଙ୍କ ବେକରୁ ସୁନା ଚେନ ଭିଡି ନେବା ସହ ମୋବାଇଲ ଏବଂ ଟଙ୍କା ମଧ୍ୟ ଛଡାଇନେଇଥିଲେ ।