ଫିଲ୍ମ ଷ୍ଟାଇଲରେ ମଦଲୁଟ୍। ନକଲି କାଗଜପଦତ୍ର ଦେଇ, ଟ୍ରକରେ ୫୬ଲକ୍ଷ ଟଙ୍କାର ମଦ ନେଇ ଛୁ ମାରିଥିଲେ ଲୁଟେରା।

ଫିଲ୍ମ ଷ୍ଟାଇଲରେ ମଦଲୁଟ୍। ନକଲି କାଗଜପଦତ୍ର ଦେଇ, ଟ୍ରକରେ ୫୬ଲକ୍ଷ ଟଙ୍କାର ମଦ ନେଇ ଛୁ ମାରିଥିଲେ ଲୁଟେରା।

କନକ ବ୍ୟୁରୋ: ‘ଦୃଶ୍ୟମ’ ଦେଖି ଅଦୃଶ୍ୟ କରିଦେଲେ ମାଲ୍! ରାୟପୁରର କାହାଣୀ, ଅନୁଗୁଳରେ କ୍ଲାଇମେକ୍ସ । ଏଭଳି ଚିତ୍ର ହେଉଛି ଭୁବନେଶ୍ୱରର ଭଗବାନପୁର ଅଞ୍ଚଳରେ ଥିବା ମଦ କାରଖାନାର । ମଦ ଚୋରି କରିବା ପାଇଁ ପ୍ରାୟ ମାସକୁ ଆଗରୁ ବ୍ଲୁ ପ୍ରିଣ୍ଟପ୍ରସ୍ତୁତ କରିଥିବା ଚୋର, ଭଦ୍ର ବେଶରେ ଚୋରି କରିବା ପାଇଁ କାରଖାନାରେ ପହଞ୍ଚିଲେ । କେହି କିଛି ବୁଝିବା ଆଗରୁ ଆରମ୍ଭ କରିଦେଲେ ଅପରେସନ୍-ଅଦୃଶ୍ୟମ୍ । ପ୍ଲାନ ମୁତାବକ-କୁଖ୍ୟାତ ଅପରାଧୀ ତଥା ରାଜ୍ୟ ପୁଲିସ ପାଇଁ ମୋଷ୍ଟ ୱାନଟେଡ୍ ଥିବା ସୋନୁ ଜେନା, ବାହାରେ ରହି ଗୋଟି ଚାଳନା କରୁଥିଲା । ଆଉ ଦୁଇ ସହଯୋଗୀ ବସର କଥା ମାନି ଅପରେସନକୁ ଆଗେଇ ନେଇଥିଲେ । ସୋନୁର ସ୍ତ୍ରୀ ନାଁରେ ଥିବା ଟ୍ରକକୁ ରଙ୍ଗ କରି ନକଲି ନମ୍ବର ପ୍ଳେଟ ଲଗାଇବା ସହ ଜାଲ କାଗଜପତ୍ର ପ୍ରସ୍ତୁତ କରାଯାଇଥିଲା । ଯେମିତି କାହାରି ସନ୍ଦେହ ହେବ ନାହିଁ ସେଥିପାଇଁ ନକଲି ଡିଏଲ୍, ଆରସି, ଇନସୁରାନ୍ସ, ପ୍ୟାନ ଓ ଆଧାରକାର୍ଡ ପ୍ରସ୍ତୁତ କରିଥିଲେ ଅପରାଧୀ ।

ଟ୍ରାନ୍ସପୋର୍ଟର ପରିଚୟ ଦେଇ ମଦ କାରଖାନାରେ ପହଞ୍ଚିବା ପରେ ସମ୍ବଲପୁର ପାଇଁ ୫୬ ଲକ୍ଷ ଟଙ୍କାର ମାଲ ଟ୍ରକରେ ଲୋଡ୍ କରାଗଲା । ଆଉ ଅଭିଯୁକ୍ତମାନେ ମଦ ବୋଝେଇ ଗାଡ଼ି ଧରି ସମ୍ବଲପୁର ପରିବର୍ତେ ଅନୁଗୁଳକୁ ନେଇ ଯାଇଥିଲେ । ପୁଲିସକୁ ଭୁଆଁ ବୁଲାଇବା ପାଇଁ ମାଷ୍ଟରମାଇଣ୍ଡ ସୋନୁ, ଟ୍ରାଇଭରକୁ ଫୋନଦେଇ ବସରେ ରାୟପୁର ପଠାଇ ଦେଇଥିଲା । ଆଉ କ୍ରାଇମ ପାଇଁ ଫେକ୍ ଡକ୍ୟୁମେଣ୍ଟ ଦେଇ କିଣାଯାଇଥିବା ସିମ୍ କାର୍ଡ ଓ ଫୋନକୁ ବ୍ରାହ୍ମଣୀ ନଦୀରେ ଫୋପାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା ସୋନୁ ।

ସୋନୁ ଜେନା । ଯାହାର ନାଁ ଶୁଣିଲେ, ଅନୁଗୁଳର ଲୋକଙ୍କ ଭିତରେ ଛକନା ପଶିଯାଏ । ରାଜ୍ୟ ପୁଲିସ ପାଇଁ ମୋଷ୍ଟ ୱାନଡେଟ ଥିବା ସୋନୁ ନାଁରେ ରହିଛି- ୩୦ରୁ ଅଧିକ ମାମଲା । ହତ୍ୟା, ଡକାୟତି, ରାହାଜାନି ଓ ଗାଡ଼ି ହାଇଜ୍ୟାକ ଭଳି ସଙ୍ଗୀନ ମାମଲାରେ ଲିପ୍ତ ରହିଛି ସୋନୁ । କେବଳ ମଦ ଗାଡ଼ି ନୁହେଁ ପେଟ୍ରୋଲ ପମ୍ପରୁ ପେଟ୍ରୋ ଟ୍ୟାଙ୍କର ଉଠାଇ ନେବା ଭଳି ଅଭିଯୋଗ ସୋନୁ ନାଁରେ ରହିଛି । ଏବେ ସୋନୁକୁ ରିମାଣ୍ଡରେ ଆଣି କ୍ରାଇମ୍ ସିଣ୍ଡିକେଟର ଗୁମର ଖୋଲିବ ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe