ଦିନ ଦ୍ୱିପହରରେ ରାଜଧାନୀରେ ଲୁଟ : ଚା’ରେ ନିଶା ଦେଇ ଟଙ୍କା ସହ ସୁନା ମୁଦି ଲୁଟି ନେଲେ ଦୁର୍ବୃତ୍ତ

ସତ୍ୟନଗରରେ ଛାଡ଼ି ଦେବାକୁ କହି ଗଙ୍ଗାଧର ସାହୁଙ୍କୁ ଲୁଟ କରି ଭରତପୁର ଜଙ୍ଗଲରେ ଫୋପାଡ଼ି ଦେଲେ ଲୁଟେରା

714

କନକ ବ୍ୟୁରୋ : ଦିନ ଦ୍ୱିପହରରେ ରାଜଧାନୀରେ ଲୁଟ । ଚା’ରେ ନିଶା ଦେଇ ଯୁବକଙ୍କଠାରୁ ଟଙ୍କା ସହ ସୁନା ମୁଦି ଲୁଟି ନେଲେ ଦୁର୍ବୃତ୍ତ । ଲୁଟ କରିବା ପରେ ଭରତପୁର ଜଙ୍ଗଲରେ ଫୋପାଡ଼ି ଦେଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ବ୍ରହ୍ମପୁରରୁ ବସ ଧରି ଭୁବନେଶ୍ୱର ଆସିଥିଲେ ଗଙ୍ଗାଧର ସାହୁ । ବସରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଦେଖା ସାକ୍ଷାତ ହୋଇଥିଲା ।

ବରମୁଣ୍ଡା ବସଷ୍ଟାଣ୍ଡରେ ପହଂଚିବା ପରେ ସେହି ବ୍ୟକ୍ତି ଜଣଙ୍କ ଗଙ୍ଗାଧରକୁ ଚା ପିଇବାକୁ ଦେଇଥିଲେ । ଏହା ପରେ ଲୁଟ କରିଥିବା ବ୍ୟକ୍ତି ଜଣଙ୍କ ଓଲା ବୁକ କରି ଗଙ୍ଗାଧରଙ୍କୁ କହିଥିଲେ ସେ ସତ୍ୟନଗର ଯିବେ ଆସନ୍ତୁ ଛାଡ଼ିଦେବେ । ଓଲାରେ ବସିବା ପରେ ଗଙ୍ଗାଧର ବେହୋସ ହୋଇ ଯାଇଥିଲେ । ଆଉ ତାଙ୍କ ହୋସ ଆସିବା ପରେ ସେ ଭରତପୁର ଜଙ୍ଗଲରେ ନିଜକୁ ପାଇଥିଲେ । ପରେ ଜାଣି ପାଏଥିଲେ ତାଙ୍କ ପାଖରୁ ସୁନା ଚେନ, ମୁଦି ସହ ଟଙ୍କା ଚୋରୀ ହୋଇଛି ।