ବିଡିଓଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ ।

Advertisment
ବିଡିଓଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ ।

କନକ ବ୍ୟୁରୋ: ବିଡିଓଙ୍କ ଘରକୁ ବି ଛାଡିଲେନି ଲୁଟେରା । ରାତି ଅଧରେ କପ୍ତିପଦା ବିଡିଓ ସିଦେ୍ଧଶ୍ୱର ନାଏକଙ୍କ ଘରେ କଳାକନା ବୁଲାଇଲେ ଚୋର । ବିଡିଓ ତାଙ୍କ ପରିବାର ସହ ଭୁବନେଶ୍ୱର ଆସିଥିବାବେଳେ ଏହାକୁ ଠାକ କରିଥିଲେ ଲୁଟେରା । ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚୋରୀ କରିଥିଲେ । ଲକ୍ଷାଧିକ ଟଙ୍କାସହ ନଗଦ ଟଙ୍କା ଓ ଦାମୀ ସାମଗ୍ରୀ ସବୁ ଲୁଟି ନେଇଛନ୍ତି ଲୁଟେରା । ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe