ଜଗନ୍ନାଥ ମନ୍ଦିରରୁ ଲୁଟ : ମନ୍ଦିର ଗେଟ ତାଲା ଭାଙ୍ଗି ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ

187

କନକ ବ୍ୟୁରୋ : ଜଗନ୍ନାଥ ମନ୍ଦିରରୁ ଲୁଟ । ମନ୍ଦିର ଗେଟ ତାଲା ଭାଙ୍ଗି ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମୁଖିଗୁଡ଼ା ଠାରେ ଥିବା ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ମନ୍ଦିରର ୩ଟି ଗେଟ ତାଲା ଭାଙ୍ଗି ମନ୍ଦିର ଭିତରେ ପଶିଥିଲେ । ୩ ବିଗ୍ରହଙ୍କ ମୂର୍ତ୍ତି ସହ ରୁପା ମୁକୁଟ, ଅଣ୍ଟାର ପଟି, ୧୦ କେଜି ରୁପା ଅଳଙ୍କାର ଏବଂ ହୁଣ୍ଡିରେ ଥିବା ଟଙ୍କା ଲୁଟ ହୋଇଛି ।

ସକାଳେ ମନ୍ଦିର ପୂଜକ ପୂଜା କରିବା ପାଇଁ ଆସିଥିବା ବେଳେ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ମନ୍ଦିର କମିଟିକୁ ଜଣାଇଥିଲେ । କମିଟି ପକ୍ଷରୁ ମୁଖିଗୁଡ଼ା ପୋଲିସ ଫାଣ୍ଡିକୁ ଜଣାଇବା ପରେ ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମନ୍ଦିରରୁ ପାଖାପାଖି ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି ।