କନକ ବ୍ୟୁରୋ: ବିଳମ୍ବତ ରାତି ନୁହେଁ, ସନ୍ଧ୍ୟା ସମୟରେ ଲୁଟ୍ । ପରିବାର ସହ ସନ୍ଧ୍ୟାରେ ବାହାରକୁ ବୁଲି ଯାଇଥିଲେ ଘର ମାଲିକ । ବୁଲାବୁଲି ସାରି ଘରକୁ ଫେରି ଦେଖିଲେ, ଗେଟ୍ ଖୋଲା ରହିଛି । ଘରେ ସବୁ ସାମଗ୍ରୀ ଏଣେ ତେଣେ ପଡିଛି, କଳାକନା ବୁଲାଇ ଦେଇଛନ୍ତି ଲୁଟେରା । ଆଲମାରିରୁ ଲକ୍ଷାଧିକ ଟଙ୍କାର ସୁନଗଣା ନେଇ ଦୁର୍ବୃତ ଫେରାର ହୋଇଯାଇଛନ୍ତି । ସମ୍ବଲପୁର ବୁର୍ଲା ବୋର୍ଡ କଲୋନୀରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ଗତକାଲି ରବିବାର ଥିବାରୁ ଘର ମାଲିକ ମନୋଜ ପାତ୍ର ପରିବାର ସହ ବାହାରକୁ ବୁଲିବାକୁ ଯାଇଥିଲେ । କେହି ଘରେ ନଥିବା ବେଳେ ଗେଟ୍ ଭାଙ୍ଗି ଘରେ ପଶିଥିଲେ ଦୁର୍ବୃତ । ଆଲମାରୀ ତାଲା ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି । ଗୋଟିଏ ହାର, ଗୋଟିଏ ଚେନ୍, ଦୁଇ ହଳ କାନଫୁଲ ଓ ୬୫ ହଜାର ଟଙ୍କା ଚୋରି ହୋଇଯାଇଛି । ଏନେଇ ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/r.jpg)