କନକ ବ୍ୟୁରୋ :ବାରଙ୍ଗ ଥାନା ଫକୀର ପଡ଼ା ଠାରେ ଥିବା ଆଇସିଆଇସିଆଇ ବ୍ୟାଙ୍କରୁ ବନ୍ଧୁକ ମୁନରେ ଲୁଟ ଉଦ୍ୟମ ବିଫଳ । ବନ୍ଧୁକ ଦେଖାଇ ଲୁଟ ବେଳର ଚିତ୍ର ସିସିଟିଭିରେ ହେଲା କଏଦ । ମିଳିଥିବା ସୂଚନା ଅନୁଯାୟୀ ଆଜି ୯.୫୦ ସମୟରେ ବ୍ୟାଙ୍କ କର୍ମଚାରୀ ମାନେ କାର୍ଯ୍ୟରେ ଯୋଗ ଦେଇଥିବା ସମୟରେ ତିନି ଜଣ ଅଜଣା ଯୁବକ ମୁଣ୍ଡରେ ହେଲମେଣ୍ଟ ପିନ୍ଧି ବ୍ୟାଙ୍କ ଭିତରକୁ ପଶି ଆସିଥିଲେ । ହାତରେ ବନ୍ଧୁକ ଓ ଛୁରୀ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରିବା ସହ ଟଙ୍କା କେଉଁଠି ଅଛି ପଚାରିଥିଲେ ।
ତେବେ ଠିକ ସେହି ସମୟରେ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ବୁଦ୍ଧି ଖଟାଇ ସତର୍କ ଘଣ୍ଟି ବଜାଇଥିଲେ । ଏହି ସତର୍କ ଘଣ୍ଟି ବାଜିବା ଉଠିବା କ୍ଷଣି ତିନି ଜଣ ଲୁଟେରା ଭୟଭୀତ ହୋଇ ବ୍ୟାଙ୍କ ଛାଡି ପଳାଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଁଚି ସିସିଟିଭି ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/f7ec11ef-2089-406f-91f8-a364d288c936.jpg)