ଚୋରି ଦେଖିଲା କ୍ୟାମେରା । ରାସ୍ତାକଡରେ ବାଇକ୍ ରଖି କୌଣସି କାମରେ ଯାଇଥିଲେ ଯୁବକ । ମଉକା ଦେଖି ଗାଡି ଉପରୁ ଟଙ୍କା ବ୍ୟାଗ ଝାମ୍ପି ନେଲେ ଦୁର୍ବୃତ୍ତ

216

କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ ଲାଇଭ ଲୁଟ । ସିସିଟିଭିରେ କଏଦ ହେଲା ଲୁଟେରା ଲୁଟ କରୁଥିବାର ଚିତ୍ର । ରାସ୍ତାକଡ଼ରେ ବାଇକ ରଖି ଯୁବକ ଜଣକ କୌଣସି ଏକ କାମରେ ଯାଇଥିବା ବେଳେ ଦୁର୍ବୃତ ଜଣଙ୍କ ଟଙ୍କା ବ୍ୟାଗ୍ ନେଇ ଚମ୍ପଟ ମାରିଛି । ତେବେ ଦୁର୍ବୃତ ଜଣଙ୍କ ଲୁଟ କରୁଥିବାର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବଳଭଦ୍ର ପଣ୍ଡା ନାମକ ଜଣେ ବ୍ୟକ୍ତି ଏହି ଲୁଟର ଶିକାର ହୋଇଛନ୍ତି ।

ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଥିବା ବେଳେ ଅପରାଧୀ ଏପର୍ଯ୍ୟନ୍ତ ଧରା ପଡ଼ି ନାହାନ୍ତି । କେନ୍ଦ୍ରାପଡ଼ା ଟାଉନ ଥାନା ନିକଟସ୍ତ ବନିଆମାଲ ଠାରେ ଏଭଳି ଲୁଟ ହୋଇଛି  । କର୍ମଚାରୀ ଜଣଙ୍କ ବ୍ୟାଙ୍କରୁ ଟଙ୍କା ଉଠାଇ ଅନ୍ୟ ମନସ୍କରେ ରାସ୍ତା କଡ଼ରେ ବାଇକ ରଖିଥିଲେ । ଆଉ ଏହାର ସୁଯୋଗ ନେଇ ଟଙ୍କା ବ୍ୟାଗ୍ ଧରି ଫେରାର ହୋଇଛି ଦୁର୍ବୃତ ।