ଠିକଣା ପଚାରିବା ବାହାନାରେ ଲୁଟ୍ । ବାଲିପାଟଣାରେ ବୃଦ୍ଧାଙ୍କଠାରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ । ସେପଟେ ସଟଡାଉନରେ କଟକରେ କଳାକନା ବୁଲାଇଲେ ଲୁଟେରା ।

641

କନକ ବ୍ୟୁରୋ : କରୋନା କଟକଣା ଯୋଗୁଁ ସାରା ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜଧାନୀର ଛକ ଛକରେ ପୁଲିସ ଜଗିଛି । ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି । ହେଲେ ରାଜଧାନୀ ନିକଟ ବାଲିପାଟଣା ଓ କଟକରେ ଲକଡାଉନ ଲୁଟେରା ମାତିଛନ୍ତି । ଦିନ ଦ୍ୱିପହରରେ ବାଲିପାଟଣା ଅଂଚଳରେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି ଲୁଟେରା । ସେପଟେ ଗତକାଲି ସଟଡାଉନ ରାତିରେ କଟକର ମଙ୍ଗଳାବାଗ ଥାନା ଅଂଚଳରେ ବାହାର ପଟୁ କବାଟ କିଛି ୪୦ ଲକ୍ଷ ଟଙ୍କାର ସୁନା ଅଳକାଙ୍କର ଲୁଟି ନେଇଛନ୍ତି ଲୁଟେରା ।

ରାଜଧାନୀ ଭୁବନେଶ୍ୱରରୁ ଖୁବ୍ ନିକଟରେ ଏହି ଘଟଣା ଘଟିଛି । ହୁଏତ ଆପଣ ବିଶ୍ୱାସ କରି ପାରିବେ ନାହିଁ ଯେଉଁ ରାଜଧାନୀରୁ ସରକାର ପୁରା ରାଜ୍ୟ ଶାସନ କରନ୍ତି, ଯେଉଁଠାରୁ ପୁଲିସ ବିଭାଗ ସାରା ରାଜ୍ୟର ସୁରକ୍ଷା ପରିଚାଳନା କରେ, ସେଇ ରାଜଧାନୀର ଉପକଣ୍ଠରେ ଥିବା ବାଲିପାଟଣା ଥାନା ଅଂଚଳରେ ଏହି ଘଟଣା ଘଟିଛି ।

ଦିନ ଦ୍ୱିପହରରେ ବାଲିପାଟଣା ଥାନାର ଗିରିଙ୍ଗ ମହାନ୍ତି ସାହି ଅଂଚଳରେ ଜଣେ ମହିଳା ଚାଲି ଚାଲି ଯାଉଥିବା ବେଳେ ପଛପଟୁ ଦୁଇ ଜଣ ଦୁର୍ବୃତ ବାଇକରେ ଆସି ତାଙ୍କୁ କୌଣସି ଏକ ଠିକଣା ପଚାରିଥିଲେ । ଆଉ ପରେ ତାଙ୍କୁ ପିଛା କରିଥିଲେ । ଏକୁଟିଆ ଜାଗା ଦେଖି ପଛରେ ବସିଥିବା ଦୁର୍ବୃତ୍ତ ବାଇକରୁ ଓହ୍ଲାଇ ଆସି ସିଧା ଚେନ୍ ଛିଣ୍ଡାଇ ନେଇ ବାଇକ୍ ବସି ଗାଏବ ହୋଇଗଲା ।

ଭୁବନେଶ୍ୱରରେ ଚେନ ଲୁଟେରା । କଟକରେ ବି ମାତିଲେ ସଟଡାଉନ ଲୁଟେରା । ବାହାରୁ କବାଟ କିଳି କଳାକନା ବୁଲାଇ ଦେଲା ଦୁର୍ବୃତ । କଟକ ମଙ୍ଗଳବାଗ ଥାନା ଶଗଡିଆ ସାହିରେ ଶନିବାର ରାତିରେ ଲୁଟେରା ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଖବର ଅନୁସାରେ, ରାଣୀହାଟ ଶଗଡିଆ ସାହିର ମନୋଜ କୁମାର ସାହୁଙ୍କ ପରିବାର ଲୋକେ ଶୋଇଥିବା ବେଳେ ବାହାର ପଟୁ କବାଟ ବନ୍ଦ କରି ସୁନା ଅଳଙ୍କାର ଭର୍ତ୍ତି ଟିଣ ବାକ୍ସକୁ ଲୁଟି ନେଇଛନ୍ତି ଲୁଟେରା । ଚୋରି ଜିନିଷ ମଧ୍ୟରେ ଠାକୁରଙ୍କ ମୁକୁଟ ଓ ସୁନା ମୂର୍ତି ବି ରହିଛି ।

ଗତ ଜାନୁଆରୀରେ ମଧ୍ୟର ମନୋଜଙ୍କ ଘରୁ ୪୦ ଭରି ଓଜନର ସୁନା ଅଳଙ୍କାର ଚୋରି ହୋଇଥିଲା । ତେଣୁ ଘଟଣାକୁ ପୁଲିସ ଗୁରୁତର ସହ ନେଇ ତଦନ୍ତ କରୁଥିବା ବେଳେ ଅଭିଯୋଗ ଅନୁସାରେ ସନ୍ଦିଗ୍ଧ ସମ୍ପର୍କୀୟ ଗାଏବ ହୋଇଯାଇଛନ୍ତି ।