କନକ ବ୍ୟୁରୋ : ଅମାନିଆ ଅପରାଧୀ, ବେଫିକର ପୁଲିସ । ପ୍ରତିଦିନ ଖବରର ଶିରୋନାମା ପାଲଟୁଛି ରାଜଧାନୀର ଲୁଟ, ଛିନତାଇ ଓ ସିନ୍ଧିଚୋରୀ ଘଟଣା । ଗଳି କନ୍ଦି ହେଉ କି ରାଜରାସ୍ତା ପାଲଟିଛି ଲୁଟେରାଙ୍କ ଚରାଭୂଇଁ । ଲାଗୁଛି ଯେମିତି ପୁଲିସକୁ ଭୟ କରୁନାହାନ୍ତି ଅପରାଧୀ । ଆସନ୍ତୁ ନଜର ପକାଇବା ଗତ ୧୫ ଦିନ ଭିତରେ କେଉଁ ଥାନା ଅଧିନରେ କଣ ଲୁଟ ହୋଇଛି ।

Advertisment

୧-ନଭେମ୍ବର ୨ ତାରିଖ ବିଧାୟକଙ୍କ ମୋହନ ମାଝୀଙ୍କ ବାସଭବନରୁ ଅନ୍ଧାର ରାତିରେ କଳାକନା ବୁଲାଇଦେଲେ ଚୋର । କ୍ୟାପିଟାଲ ଥାନା ଅଂଚଳ
୨-ନଭେମ୍ବର ୩ ତାରିଖ- ଜାଗମରା ସ୍ଥିତ ସାଇ ବିହାର ଅଂଚଳରୁ ବଡ ଧରଣର ଚୋରି । ଘରେ ପଶି ୧ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଓ ନଗଦ ୧୦ ହଜାର ଟଙ୍କା ନେଇଗଲେ ଦୁର୍ବୃତ । ଖଣ୍ଡଗିରି ଥାନା ଅଂଚଳ
୩-ନଭେମ୍ବର ୪ ତାରିଖ- ବାଲିଅନ୍ତାର ଏକ ମେଡିସିନ ଦୋକାନରେ ପଶି ବୃଦ୍ଧ ଦୋକାନୀଙ୍କ ମୁହଁକୁ ମୁଥ ମାରି କ୍ୟାସ କାଉଁଟରରୁ ଟଙ୍କା ଲୁଟିନେଲେ ଲୁଟେରା – ବାଲିଅନ୍ତା ଥାନା ଅଂଚଳ
୪-ନଭେମ୍ବର ୭ ତାରିଖ- ବାଲିଅନ୍ତାର ଜଣେ ବୃଦ୍ଧାଙ୍କ ଠାରୁ ଲୁଟ -– ବାଲିଅନ୍ତା ଥାନା ଅଂଚଳ
୫-ନଭେମ୍ବର ୮- ନୟାପଲ୍ଲୀ ଅଂଚଳରୁ ଜଣେ ଯୁବତୀଙ୍କ ଠାରୁ ଚେନ ଝାମ୍ପି ପଳାଇଗଲେ ଦୁର୍ବୃତ - ନୟାପଲ୍ଲୀ ଥାନା ଅଂଚଳ
୬-ନଭେମ୍ବର ୯- ରସୁଲଗଡ ଛକରେ ମୋବାଇଲ ଲୁଟ ଉଦ୍ୟମ କରି ବିଫଳ ହେବା ପରେ ମୋବାଇଲ ଫୋପାଡି ଦେଇ ଲୁଟେରା ଫେରାର- ମଂଚେଶ୍ୱର ଥାନା ଅଂଚଳ
୭-ନଭେମ୍ବର ୧୧ ତାରିଖ - ପାହାଳ ପାଖରେ କ୍ରେଡିଟ କାର୍ଡ ଡେଲିଭରି ବୟଠାରୁ ଲୁଟ୍ - ପାହାଳ ଫାଣ୍ଡି ଅଂଚଳ
୮-ନଭେମ୍ବର ୧୧ ତାରିଖ -ପ୍ରଦର୍ଶନ ପଡିଆ ନିକଟରେ ସୁନା କିଣି ଯାଉଥିବା ମହିଳାଙ୍କ ଠାରୁ ଲୁଟ୍ – ଖାରବେଳନଗର ଥାନା ଅଂଚଳ

ରାଜଧାନୀ ଛାତିରେ ଛିନତାଇ କରିବାକୁ କେମିତି ସାହାସ କରୁଛନ୍ତି ଅପରାଧୀ ? ହେଲମେଟ ଓ ମାସ୍କ ଚେକିଂକୁ ପ୍ରାଧାନ୍ୟ ଦେଉଥିବା ପୁଲିସ ପାଟ୍ରୋଲିଂକୁ ଗୁରୁତ୍ୱ ଦେଉନି କି? ଅପରାଧୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ଉଠିଛି ପ୍ରଶ୍ନବାଚୀ ।