ମନ୍ଦିରରୁ ଲୁଟିନେଲେ ମା’ଙ୍କ ସବୁ ଅଳଙ୍କାର । ବାଲେଶ୍ୱର ସିମୁଳିଆ ଅଞ୍ଚଳର ଘଟଣା ।

128

କନକ ବ୍ୟୁରୋ: ମନ୍ଦିରରୁ ଚୋରି । ନେଇଗଲେ ମା’ଙ୍କ ରୂପା ମୁକୁଟ ସହ ୩୦ରୁ ଅଧିକ ସୁନା ଚିତା । ବାଲେଶ୍ୱର ଜିଲ୍ଲା ସିମୁଳିଆ କୁପୁରା ଅଂଚଳରେ ଥିବା ଦୁଇଟି ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ କୁପୁରାଣୁଣି ମନ୍ଦିର ତାଲା ଭାଙ୍ଗି ମାଆଙ୍କ ରୂପା ମୁକୁଟ ଏବଂ ସୁନା ଚିତା ଚୋରି କରିନେଇଛନ୍ତି । ସେହିପରି ସ୍ଥାନୀୟ ପାର୍ବତୀ ମନ୍ଦିରର ତାଲା ଭାଙ୍ଗି ମାଆଙ୍କ ରୂପା ମୁକୁଟ ଓ ସୁନା ଲକେଟ ଚୋରି କରିନେଇଛନ୍ତି ଦୁବୁର୍ତ । ଆଜି ସକାଳେ ପୂଜାରି ପୂଜା କରିବା ପାଇଁ ଆସିବା ବେଳେ ମନ୍ଦିରରୁ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ମନ୍ଦିର କର୍ତ୍ତୃପକ୍ଷ ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।