କନକ ବ୍ୟୁରୋ: ପାରାଦୀପରେ ପୁଣି ଫୁଟିଲା ଗୁଳି । ଗୁଳିକରି ସାତଲକ୍ଷ ଲୁଟ କରି ଫେରାରର ହୋଇଯାଇଛନ୍ତି ଦୁର୍ବୃତ୍ତ । ତେବେ ଦୁର୍ବୃତ୍ତଙ୍କ ଗୁଳିରେ ଆହତ ହୋଇଥିବା ଯୁବକ ଜଣକଙ୍କୁ ଏବେ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି ।
ସୂଚନା ମୁତାବକ, ପାରାଦୀପ ଥାନା ଅନ୍ତର୍ଗତ ଇଫକୋ ଛକ ନିକଟରେ ଥିବା ସାହୁ କମ୍ପେ୍ଲକ୍ସରେ ଆଜି ଅପରାହ୍ଣରେ ଗୁଳି କାଣ୍ଡ ଘଟିଛି । ଏହି ଗୁଳି କାଣ୍ଡରେ ଜଣେ ଯୁବକ ଗୁରୁତର ଭାବେ ଆହାତ ହୋଇଥିବାବେଳେ ଘଟଣାସ୍ଥଳରୁ ଦୁର୍ବୁତମାନେ ଫେରାର ହୋଇଯାଇଛନ୍ତି । ତେବେ ସଂଜୟ ଦାସ ନାମକ ଜଣେ ଯୁବକ ସି.ଏମ.ଏସ ନାମକ ଏକ କମ୍ପାନୀରେ କ୍ୟାସ କଲେକ୍ସନ କାର୍ଯ୍ୟ କରନ୍ତି ।
ଦୀର୍ଘ ଦିନ ହେବ ପାରାଦୀପରେ ବିଭିନ୍ନ କମ୍ପାନୀର ଏହି କମ୍ପାନୀ କ୍ୟାସ କଲେକ୍ସନ କରିଆସୁଥିବାବେଳେ ସବୁଦିନ ପରି ସଂଜୟ ମଧ୍ୟ ଆଜି ଅପରାହ୍ଣରେ ବ୍ୟଙ୍କରୁ ଟଙ୍କା କଲେକ୍ସନ କରି ସାହୁ କମ୍ପେ୍ଲକ୍ସରେ ଥିବା ଟାଟା ଫାଇନାସଂ କମ୍ପାନୀକୁ କ୍ୟାସ କଲେକ୍ସନ ନିମନ୍ତେ ଯାଉଥିବାବେଳେ ଠିକ୍ ତାଙ୍କ ପଛପଟୁ ଦୁଇଜଣ ଦୁର୍ବୃତ ସଂଜୟ ଧରିଥିବା କ୍ୟାସ ବ୍ୟାଗକୁ ଛଡାଇଥିଲେ । ତେବେ କିଛି ସମୟ ସଂଜୟ ଓ ଦୁଇ ଦୁର୍ବୃତଙ୍କ ସହିତ ଧସ୍ତାଧସ୍ତି ହେବା ପରେ ଜଣେ ଦୁର୍ବୃତ ସଂଜୟଙ୍କ ଗୋଡକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ ଓ ଅନ୍ୟ ଜଣେ କ୍ୟାସବ୍ୟାଗ ଛଡାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।
ସଂଜୟଙ୍କ ବୟାନ ମୁତାବକ, ଦୁଇଜଣ ଦୁର୍ବୃତ ତାଙ୍କ ଉପରକୁ ଆକ୍ରମଣ କରୁଥିବାବେଳେ ଆଉଜଣେ ଦୁର୍ବୃତ ଏକ ପଲସର ଗାଡିଧରି ରାସ୍ତା ଉପରେ ଛିଡା ହୋଇଥିଲା । ତେବେ ଦୁର୍ବୃତ ଗୁଳି କରିବା ସହ ସଂଜୟଙ୍କ ବ୍ୟାଗରେ ଥିବା ୭ଲକ୍ଷ ଟଙ୍କା ମଧ୍ୟ ଛଡାଇନେଇ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହ ଘଟଣା ସ୍ଥଳରୁ ଗୋଟିଏ ଫୁଟା ଗୁଳି ଜବତ କରିଛି । ସଂଜୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବନ୍ଦର ମେଡିକାଲ ଓ ପରେ କଟକ ପଠାଇ ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/Screen-shot-2018-11-30-at-5.09.55-PM-300x238.png)
/kanak/media/post_attachments/wp-content/uploads/2018/11/Screen-shot-2018-11-30-at-5.09.44-PM-300x240.png)
/kanak/media/post_attachments/wp-content/uploads/2018/11/Screen-shot-2018-11-30-at-5.10.10-PM-300x239.png)