ବାଲେଶ୍ୱରରେ ଲୁଟେରାଙ୍କ ଉପଦ୍ରବ: ୨ ବାଇକ ଆରୋହୀଙ୍କୁ ଗୁଳି କରିବା ପରେ ଗୋଡାଇଲେ ୮ କିଲୋମିଟର

ଜଣଙ୍କ ଅଂଟାରେ ବାଜିଲା ଗୁଳି । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର

110

କନକ ବ୍ୟୁରୋ: ଜାତୀୟ ରାଜପଥରେ ଦୁଇ ବାଇକ ଆରୋହୀଙ୍କୁ ଗୁଳି କରିବା ସହ ଟଙ୍କା ଲୁଟ କରିବାକୁ ୮ କିଲୋମିଟର ଗୋଡାଇଲେ ଲୁଟେରା । ଗତକାଲି ବାଲେଶ୍ୱର ସଦର ଥାନାଠାରୁ ଖନ୍ତାପଡା ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଥିଲା ଆତଙ୍କିତ ଘଟଣା । ୨ ଜଣ ବ୍ୟକ୍ତି ବାଲେଶ୍ୱରରୁ ୨ ଲକ୍ଷ ଟଙ୍କା ଧରି ବାଇକରେ ଭଦ୍ରକ ଅଭିମୁଖେ ଯାଉଥିଲେ । ଖାନନଗର ନିକଟରେ ୨ ଜଣ ଯୁବକ ଆଉଏକ ବାଇକରେ ଆସି ସେମାନଙ୍କୁ ଅଟକାଇବା ସହ ଗୁଳି କରିଥିଲେ ।

ଫଳରେ ଜଣେଙ୍କ ଅଂଟାରେ ଗୁଳି ବାଜିଥିଲା । ତଥାପି ପ୍ରାଣ ବିକଳରେ ସେମାନେ ଗାଡି ଚଳାଇ ୮ କିଲୋମିଟର ଯିବା ପରେ ସେରଗଡ ଟୋଲଗେଟ୍ ପଡିଥିଲା । ସେଠାରେ ଗାଡି ରଖି ଦୁହେଁ ଏକ ଯାତ୍ରାପାର୍ଟି କାର୍ଯ୍ୟାଳୟ ଭିତରକୁ ଦୌଡି ପଳାଇ ଯାଇଥିଲେ । ଫଳରେ ଦୁର୍ବୃତଙ୍କ ଲୁଟ ଉଦ୍ୟମ ଫେଲ ମାରିଥିଲା । ଗୁଳି ବାଜିଥିବା ବ୍ୟକ୍ତି କେନ୍ଦ୍ରାପଡା ରାଜକନିକା ଅଂଚଳର ରାଜକିଶୋର ଧଳ ବୋଲି ଜଣାପଡିଛି । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।