କନକ ବ୍ୟୁରୋ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବଢିଲା ଅଡୁଆ । ଅନୀଲ ଦେଶମୁଖଙ୍କ ବିରୋଧରେ ଲୁକ୍ ଆଉଟ୍ ଇଡିର ନୋଟିସ ଜାରି । ବେଆଇନ୍ ଅର୍ଥ କାରବାର ନେଇ ପବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଛି । ଆୟବହିର୍ଭୂତ ୧୦୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ‘ଲୁକ୍‌ଆଉଟ୍‌’ ନୋଟିସ୍‌ ଜାରି କରିଛି । ଏହା ପୂର୍ବରୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଜାରି କରିଥିବା କେତେକ ସମନ୍‌କୁ ‘ଦି ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ର ନେତା ଦେଶମୁଖ ଏଡ଼ାଇ ଦେଇଥିଲେ । ଦେଶମୁଖଙ୍କୁ ଦେଶ ଛାଡ଼ି ଚାଲିଯିବାରେ ବାଧା ଦେବା ଲାଗି ଏହି ସର୍କ୍ୟୁଲାର୍‌ ଜାରି କରାଯାଇଥିବା କୁହାଯାଉଛି ।

Advertisment

ବାଦୀଙ୍କ ବିରୋଧରେ ଉତ୍ଥାପିତ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ‘ଏଜେନ୍‌ସି’କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିବା ଦେଶମୁଖଙ୍କ ‘ଲିଗାଲ୍‌ ଟିମ୍‌’ର ଅନ୍ୟତମ ସଦସ୍ୟ ଆନନ୍ଦ ଡାଗାଙ୍କୁ ଗୋଟିଏ ଦିନ ପଚରାଉଚୁରା କରିବା ସେପ୍ଟେମ୍ବର ୩ ତାରିଖ ଦିନ ‘ସିବିଆଇ’ ଗିରଫ କରିଥିଲା । ପୂର୍ବରୁ ମଧ୍ୟ ଦେଶମୁଖ କହିଥିଲେ ଯେ, ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ହିଁ‌ ସେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ହାଜର ହେବେ। ସେ କହିଥିଲେ ଯେ, ଏ ସଂକ୍ରାନ୍ତରେ ସୁପ୍ରିମ୍‌ କୋର୍ଟ ତାଙ୍କ ଆବେଦନ ଗ୍ରହଣ କରିଛନ୍ତି ଏବଂ ଅବିଳମ୍ବେ ତାହାର ଶୁଣାଣି କରାଯିବ । କିନ୍ତୁ, ପ୍ରବର୍ତ୍ତନ ନିର୍ଦେଶାଳୟ ଚାହିଁଲେ ‘ଇଲେକ୍ଟ୍ରୋନିକ୍’ ମାଧ୍ୟମରେ ସେ ବୟାନ୍ ରେକର୍ଡିଙ୍ଗ୍ ଦେଇ ପାରିବେ ।

ବଳପୂର୍ବକ କାର୍ଯ୍ୟାନୁଷ୍ଠାନରୁ ସାମୟିକ ଆଶ୍ବସ୍ତି ଦେବା ଲାଗି ଦେଶମୁଖ କରିଥିବା ଅବେଦନକୁ ଗତ ମାସରେ ସୁପ୍ରିମ୍‌ କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ। ଅଗଷ୍ଟ ୨୩ ତାରିଖରେ ମଧ୍ୟ ‘ସିବିଆଇ’ ଏହି ମାମଲାରେ ତାଙ୍କର ଦୁଇଜଣ ସହଯୋଗୀଙ୍କ ବିରୋଧରେ ଚାର୍ଜସିଟ୍‌ ଫାଇଲ୍‌ କରିଥି‌ଲା । ସେମାନେ ହେଉଛନ୍ତି, ଦେଶମୁଖଙ୍କ ସହକାରୀ କୁନ୍ଦନ ସିନ୍ଦେ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପଲାଣ୍ଡ। ଦେଶମୁଖଙ୍କ ନିର୍ଦ୍ଦେଶମତେ ଉଭୟ ଉକ୍ତ ଆର୍ଥିକ ଦୁର୍ନୀତି ଘଟଣାରେ ଭୂମିକା ନେଇଥିବା ଅଭିଯୋଗରେ ଜୁନ୍‌ ୨୬ ତାରିଖ ଦିନ ସେମାନଙ୍କୁ ‘ସିବିଆଇ’ ଗିରଫ କରିଥିଲା ।