ଦିନକୁ ଦିନ ଜେଟ ଏୟାରୱେଜ ପାଇଁ ବଢୁଛି ଅଡୁଆ । କମ୍ପାନୀର ସଂସ୍ଥାପକ ନରେଶ ଗୋୟଲ ଓ ତାଙ୍କ ପତ୍ନୀ ଅନିତାଙ୍କ ନାମରେ ଲୁକଆଉଟ ନୋଟିସ ଜାରି ହେବା ପରେ ଏବେ କମ୍ପାନୀର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ନାମରେ ଏହି ନୋଟିସ ଜାରି କରାଯାଇଛି । ଜେଟର ପୂର୍ବତନ ସିଇଓ ବିନୟ ଦୁବେଙ୍କ ନାମରେ ଲୁକଆଉଟ ନୋଟିସ ଜାରି କରାଯାଇଛି ।
ମିଳିଥିବା ସୂଚନା ମୁତାବକ ଜେଟ ଏୟାରୱେଜ ନାମରେ ଆର୍ଥିକ ଅନିୟମିତତା ମାମଲାରେ ଯାଞ୍ଚ ଚାଲିଛି । ତେଣୁ ଦୁବେ ଯେପରି ଦେଶ ଛାଡି ପଳାଇ ନଯାଆନ୍ତି ତାହାକୁ ନଜରରେ ରଖି ଏଭଳି ନୋଟିସ ଜାରି କରାଯାଇଛି । ଲୁକଆଉଟ ନୋଟିସ ଦେଶର ସବୁ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରକୁ ପଠାଯାଇଥାଏ । ଏହାଦ୍ୱାରା ଜଣେ ଚାହିଁଲେ ବି ବିମାନରେ ବିଦେଶ ଯାଇପାରିବନି ।
ଦୁବେଙ୍କୁ ଛାଡି ଆର୍ଥିକ ଅନିୟମିତତା ମାମଲାରେ ଅନ୍ୟ ୨୦ ଜଣଙ୍କ ନାମରେ ମଧ୍ୟ ନୋଟିସ ଜାରି କରାଯାଇଛି । ମେ ୧୪ରେ ବିନୟ ଦୁବେ ନିଜ ପଦରୁ ଇସ୍ତଫା ଦେଇଥିଲେ । ସୂଚନାଯୋଗ୍ୟ, ୨୦୧୭ ମସିହା ଅଗଷ୍ଟ ମାସରେ ସେ ଦାୟିତ୍ୱ ନେଇଥିଲେ । ୨୦୧୯ ଏପ୍ରିଲ ୧୭ରେ ଜେଟର ସେବାକୁ ବନ୍ଦ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/Vinay-Dube-768x696.jpeg)
/kanak/media/post_attachments/wp-content/uploads/2019/06/oopqxilagr-1501824801-300x158.jpg)