ଷ୍ଟାଇଲିସ କାର କିଣିବାକୁ ଇଚ୍ଛା ରଖିଛନ୍ତି କି ? ଏଣିକି ପାଖରେ ଟଙ୍କା ନଥିଲେ ବି ଆପଣ କିଣିପାରିବେ କାର । ସ୍ୱିଫ୍ଟ ଡିଜାୟାରା, ଭିଟାରା ବ୍ରେଜା ପରି ବିଳାଶପୂର୍ଣ୍ଣ ଗାଡିରେ ବୁଲିପାରିବେ ଆପଣ

2,992

କନକ ବ୍ୟୁରୋ : କାର କିଣିବା, କାରରେ ବୁଲିବା ଆଜିକାଲି ଯୁବପୀଢିଙ୍କ ମନରେ ଗୋଟିଏ ବଡ ସ୍ୱପ୍ନ । କାରଣ ଆଜିକାଲି ପିଲାମାନେ ନିଜର ଷ୍ଟାଟସ ବଜାୟ ରଖିବା ସହ ବଜାରରେ ଷ୍ଟାଇଲିଷ୍ଟ ଗାଡି ଧରି ବୁଲିବା ପାଇଁ ସମସ୍ତେ ଇଚ୍ଛା କରନ୍ତି । କିନ୍ତୁ କାର କିଣିବା ସେତେଟା ସହଜ ନୁହେଁ । ହଜାର ନୁହେଁ ବରଂ ଲକ୍ଷ ଲକ୍ଷ ଟଙ୍କା ହେଲେହିଁ ଆପଣ କାର କିଣିପାରିବେ । ତେବେ ଟଙ୍କା ଅଭାବରୁ ଅନେକ ଯୁବପୀଢିଙ୍କ କାର କିଣିବା ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଉଛି । କିନ୍ତୁ ଏହି ଖବର ଶୁଣିବା ପରେ ଖୁସି ହୋଇଯିବେ ଯୁବପୀଢି । କାରଣ ସେମାନଙ୍କ ମନରେ ଥିବା ସ୍ୱପ୍ନ ପୂରଣ କରିବ ମାରୁତି ସୁଜୁକି କମ୍ପାନୀ ।

କାର ନ କିଣିବି ଆପଣ ହେବେ ଗାଡି ମାଲିକ !
ଟଙ୍କା ନଥିଲେ ବି କିଣିପାରିବେ ବିଳାଶପୂର୍ଣ୍ଣ କାରମାରୁତି ସୁଜୁକିର ଦମଦାର ଅଫର୍
ସ୍ୱିଫ୍ଟ ଡିଜାୟାର, ଭିଟାରା ବ୍ରେଜା ପରି କିଣିପାରିବେ କାର

ଏଣିକି ଯିଏ କେହି ବି କାରର ମାଲିକ ହୋଇପାରିବେ । ଆଜ୍ଞା ହଁ, ଆପଣ ବି ଚାହିଁଲେ କାର କିଣିପାରିବେ । ମିଳିଥିବା ସୂଚନା ଅନୁସାରେ ମାରୁତି ସୁଜୁକି କମ୍ପାନୀ ସବସ୍କ୍ରାଇବ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଆପଣ ୧୨, ୧୮, ୨୪, ୩୦, ୩୬, ୪୨ କିମ୍ବା ୪୮ ମାସ ପାଇଁ ସ୍ୱିଫ୍ଟ ଡିଜାୟାର, ଭିଟାରା ବ୍ରେଜା, ଏରର୍ଟିଗା, ବାଲେନୋ, ସିଆଜ୍ ଏବଂ ଏକ୍ସଏଲ ସିକ୍ସକୁ ସବସ୍କ୍ରାଇବ କରିପାରିବେ ।

ସୋ’ ରୁମ ଆସିବେ, ସାଙ୍ଗରେ କାର ନେଇ ଘରକୁ ଫେରିବେ

ତେବେ ସରଳ ଭାଷାରେ କହିବାକୁ ଗଲେ ଆପଣ ଏହି ସମୟ ମଧ୍ୟରେ ଏହିସବୁ କାରକୁ ନିଜ ଘରକୁ ନେଇ ଯାଇପାରିବେ । କମ୍ପାନୀ ପକ୍ଷରୁ ସାଧାରଣ ଲୋକଙ୍କୁ ଏମିତି ସ୍ୱାଧୀନତା ଦିଆଯାଇଛି ଯେ, ଲୋକମାନେ ନିଜ ଇଚ୍ଛାଅନୁସାରେ କାର ପସନ୍ଦ କରିପାରିବେ ଓ ସାଙ୍ଗରେ କାର ଧରି ଘରକୁ ନେଇ ଯାଇପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କମ୍ପାନୀ ପକ୍ଷରୁ ମିଳୁଥିବା ସ୍ୱତନ୍ତ୍ର ସୁବିଧା ଅନୁସାରେ, ଗ୍ରାହକଙ୍କ ଠାରୁ ରକ୍ଷଣାବେକ୍ଷଣ କିମ୍ବା ବୀମା ବାବଦରେ କମ୍ପାନୀ ଗୋଟିଏ ଟଙ୍କା ବି ନେବ ନାହିଁ । ତେବେ ଗ୍ରାହକଙ୍କୁ କେବଳ କାରର ମୂଲ୍ୟ ଦେବାକୁ ପଡିବ । ସବସ୍କ୍ରାଇବ ସମୟର ଅବଧି ସମାପ୍ତ ହେବା ପରେ ଗ୍ରାହକମାନେ ବାୟୋବ୍ୟାଙ୍କର ସମସ୍ତ ସୁବିଧା ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆପଣ ମାନେ ମାରୁତି ସୁଜିକିର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଲାଭ ଉଠାଇବାକୁ ଇଚ୍ଛା ରଖିଛନ୍ତି କି ? ଯଦି ହଁ ତେବେ ବିଳମ୍ବ ନକରି ନିକଟସ୍ଥ ଡିଲରଙ୍କ ସହ ତୁରନ୍ତ ଯୋଗାଯୋଗ କରନ୍ତୁ । ଆବଶ୍ୟକୀୟ ପ୍ରମାଣପତ୍ର ମଧ୍ୟ ସାଙ୍ଗରେ ନେବା ନିତ୍ୟାନ୍ତ ଜରୁରୀ । କେବଳ ଏତିକି ନୁହେଁ ବରଂ ଙ୍ଗଙ୍ଗଙ୍ଗ.ଜ୍ଞବକ୍ସଙ୍କଗ୍ଧସଗ୍ଦଙ୍କଚ୍ଛଙ୍କଳସ.ମକ୍ଟଜ୍ଞ/ଗ୍ଦଙ୍କଭଗ୍ଦମକ୍ସସଭର ୱେବସାଇଟକୁ ଯାଇ ଫର୍ମ ମଧ୍ୟ ଦାଖଲ କରିପାରିବେ ।

୪ ସହରରେ କମ୍ପାନୀ ଦେଉଛି ବମ୍ପର ଅଫର୍

ଧ୍ୟାନ ରଖନ୍ତୁ ଏହି ଫର୍ମରେ ଆପଣଙ୍କ ମୋବାଇଲ ନମ୍ବର ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା କମ୍ପାନୀ ପକ୍ଷରୁ ନିଆଯିବ । ଏହାପରେ କମ୍ପାନୀ ହିଁ ଆପଣଙ୍କ ସହ ଯୋଗାଯୋଗ କରିବ । ବର୍ତମାନ ସମୟରେ ଏହି ସୁବିଧା କେବଳ ବେଙ୍ଗାଲୁରୁ, ପୁଣେ, ହାଇଦ୍ରାବାଦ ଏବଂ ଗୁରୁଗ୍ରାମରେ ଯୋଗାଇ ଦିଆଯାଉଛି । କମ୍ପାନୀର ଏକ୍ସ୍ୟୁକେଟିଭ ଡାଇରେକ୍ଟରଙ୍କ କହିବା ଅନୁସାରେ, ଅନେକ ଲୋକ ସାଧାରଣ ପରିବହନରୁ ବ୍ୟକ୍ତିଗତ ଯାନକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି । ତେଣୁ ଗ୍ରାହକମାନେ ମଧ୍ୟ ଏହାଠାରୁ ଲାଭ ପାଇପାରିବେ ।

ତେବେ କମ୍ପାନୀ ପକ୍ଷରୁ ମିଳୁଥିବା ଏମିତି ସୁବିଧାର ଲାଭ ଉଠାଇବା ପାଇଁ ଯୁବପୀଢିଠାରୁ ଆରମ୍ଭ କରି ବୟସ୍କମାନେ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ପାଖରେ ନଗଦ ଟଙ୍କା ନଥିଲେ ବି ଲୋକମାନେ ଏଣିକି କାରରେ ବୁଲିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।