କୋର୍ଟଙ୍କ ନିର୍ଦ୍ଦେଶରେ ମୁଣ୍ଡ ଉପରୁ ଉଠିଗଲା ଛାତ । ଠିକଣା ଖୋଜୁଛନ୍ତି ଯୋରନ୍ଦା ଗାଦିର କୌପୀନ ସାଧୁସନ୍ଥ । ଖୋଲା ଆକାଶ ତଳେ ବିତୁଛି ଜୀବନ

634

କନକ ବ୍ୟୁରୋ: ଯୋରନ୍ଦା ମହିମା ଗାଦିରେ ବୁଲଡୋଜର ବୁଲିବା ପରେ ଖୋଲା ଆକାଶ ତଳେ କଟୁଛି କୌପିନ ସମାଜ ସାଧୁ, ସନ୍ନ୍ୟାସୀଙ୍କ ଜୀବନ । ଠିକ୍ ଭାବେ ଥଇଥାନ କରାନଯାଇ କିପରି ପ୍ରଶାସନ ବୁଲଡୋଜର ଚଳାଇଲା ତାକୁ ନେଇ ସେମାନ ପ୍ରଶ୍ନ କରିଛନ୍ତି । ଏହାସହ କୋର୍ଟ ଯିବେ ବୋଲି କହିଛନ୍ତି କୌପୀନ ସମାଜ ।

  • ଏବେବି ଖୋଲାଆକାଶ ତଳେ ଜଳୁଛି ଧୂନି
  • ଥଇଥାନ ନକରି କେମିତି ଚାଲିଲା ବୁଲଡୋଜର?
  • କୋର୍ଟ ଯିବ କୌପୀନ ସମାଜ

ଯୋରନ୍ଦା ମହିମା ଗାଦିରେ ବୁଲଡ଼ୋଜର ବୁଲିବା ପରେ ଏବେ ଖୋଲା ଆକାଶ ତଳେ ରହୁଛନ୍ତି କୌପୀନ ସମାଜର ସାଧୁ ସନ୍ନ୍ୟାସୀ । ସେଇଠି ଭଜନ କୀର୍ତନ କରୁଛନ୍ତି ଓ ଖୋଲା ଆକାଶ ତଳେ ଧୁନି ଜାଳୁଛନ୍ତି । ହେଲେ କେବେ ଏ ସମସ୍ୟା ଦୂର ହେବ ଓ ସୁରୁଖୁରୁରେ ଉପାସନା ପାଇଁ ସୁଯୋଗ ମିିଳିବ, ଏନେଇ ଚିନ୍ତାରେ କୌପୀନ ସମାଜ । ଠିକ୍ ଭାବେ ଥଇଥାନ କରାନଯାଇ କିପରି ପ୍ରଶାସନ ବୁଲଡୋଜର ଚଳାଇଲା ତାକୁ ନେଇ ସେମାନ ପ୍ରଶ୍ନ କରିଛନ୍ତି । ଏହାସହ କୋର୍ଟ ଯିବେ ବୋଲି କହିଛନ୍ତି କୌପୀନ ସମାଜ ।

ସେପଟେ ଏହି ପ୍ରସଙ୍ଗରେ ରାଜନୈତିକ ଦଳ ଓ ଧାର୍ମିକ ସମାଜ ପ୍ରଶ୍ନ ଉଠାଇଛନ୍ତି । ଘଟଣାକୁ ନେଇ ଟୁଇଟ କରି ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟୁଇଟ୍ କରି କହିଛନ୍ତି ଯେ, ମହିମା ଗାଦିରେ ଥିବା ପ୍ରାୟ ୯୫ ବର୍ଷର ପୁରାତନ ମନ୍ଦିର ଭଙ୍ଗାଯିବା ଦୁଃଖଦାୟକ । ପ୍ରଥମେ ସାଧୁସନ୍ଥଙ୍କ ସହ ଆଲୋଚନା କରି ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ପରେ ପଦକ୍ଷେପ ନିଆଯାଇଥିଲେ ଉଚିତ ହୋଇଥାନ୍ତା ବୋଲି ସେ କହିଛନ୍ତି । ସେହିପରି ଜିଲ୍ଲା କଂଗ୍ରେସ ଓ ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ନେଇ ଆଲୋଚନା କରିଛନ୍ତି ।

ଯୋରନ୍ଦାର ମହିମାଗାଦି ଖାଲି ରାଜ୍ୟରେ ନୁହେଁ ଦେଶ ବିଦେଶରେ ମଧ୍ୟ ପ୍ରସିଦ୍ଧ । ତେଣୁ ଏଠାରେ ସୃଷ୍ଟି ହୋଇଥିବା ବିବାଦ ଯେତେ ଶୀଘ୍ର ସରିବ, ସେତେ ଭଲ ।