କନକ ବ୍ୟୁରୋ: ପାଣି ପାଇଁ ପଦଯାତ୍ରା । ବିଦ୍ୟୁତ ବିଭାଗର ମନମାନୀ ପାଇଁ ଅସୁବିଧା ଭୋଗୁଛନ୍ତି ଗାଁର ଲୋକ । ପାଣି ଟୋପାଏ ପାଇଁ ମାଇଲ ମାଇଲ ବାଟ ଯାଉଛନ୍ତି ଲୋକେ । ବସ୍ତା ସାହାଡାରୁ ଏହି ଚିତ୍ର ଦେଖିବାକୁ ମିିଳିଛି । ଏହି ଅଞ୍ଚଳରେ ଦୁଇ ଦୁଇଟି ଓଭରହେଡ ପାଣି ଟାଙ୍କି ରହିଛି । ଯାହା ଉପରେ ୩ହଜାରରୁ ଅଧିକ ଲୋକ ନିର୍ଭରକରି ଚଳୁଛନ୍ତି । ହେଲେ ୩ମାସ ହେଲା ଏହି ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବନ୍ଦ କରିଦିଆଯାଇଛି । ଯାହାଫଳରେ ପାଣି ପାଇଁ ଲୋକେ ଡହଳବିକଳ ହେବା ସହିତ ମାଇଲ ମାଇଲ ବାଟ ଯାଉଛନ୍ତି ପାଣି ସଂଗ୍ରହ ପାଇଁ । ଚାଷ ଜମି ପାଇଁ ଯୋଗାଯାଉଥିବା ପାଣି ଏହି ଗାଁର ଲୋକ ବ୍ୟବହାର କରୁଛନ୍ତି । ହେଲେ ଏବେ ପ୍ରଶ୍ନ ଉଠୁଛି ଚାଷ ଅମଳ ହୋଇଗଲା ପରେ ପାଣି ବନ୍ଦ ହୋଇଗଲେ ଲୋକେ କେଉଁଠାରୁ ଆଣିବେ ପାଣି । ଯାହାକୁ ନେଇ ଏବେ ଚିନ୍ତା ବଢିଯାଇଛି ।
ସବୁଠୁ ବଡ଼ କଥା ହେଲା ୪ଟି ଗାଁରେ ଥିବା ୨୦ରୁ ଅଧିକ ନଳକୂଅ ରହିଥିଲେ ବି ତାର ମରାମତି କରାଯାଉନି । ଯାହାଫଳରେ ଏବେ ବି ତାହା ଅଚଳ ହୋଇପଡ଼ିରହିଛି । ତେବେ ଗାଁର ସରପଞ୍ଚ ଓ ବିଦ୍ୟୁତ ବିଭାଗ ମଧ୍ୟ କଥାରେ ତାଳମେଳ ରହୁନାହିଁ ଯାହା ମଝିରେ ବଳି ପଡୁଛନ୍ତି ଗାଁର ଲୋକେ । ସେପଟେ ୭ ଦିନରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ କରିବାର ଚେତାବନୀ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/vlcsnap-2022-11-13-19h11m32s202.png)