ଭୁବନେଶ୍ୱର ଆବିଆଇ କାର୍ଯ୍ୟାଳୟ ବାହାରେ ଲୋକଙ୍କ ଲମ୍ବା ଲାଇନ୍ । ୨ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ପ୍ରବଳ ଭିଡ

95

କନକ ବ୍ୟୁରୋ: ଆଜି ବି ଜମିଛି ଆରବିଆଇ କାର୍ଯ୍ୟାଳୟ ବାହାରେ ଲୋକଙ୍କ ଗହଳି । ୨ ହଜାର ଟଙ୍କିଆ ନୋଟ୍ ବଦଳ ନେଇ ଆଜି ବି ଦେଖିବାକୁ ମିଳିଛି ଲମ୍ବା ଲାଇନ୍ । ହଠାତ୍ ଏଭଳି ୨ ହଜାର ଟଙ୍କିଆ ନୋଟ୍ ବଦଳ ନେଇ ଲୋକଙ୍କ ଗହଳି ହେବାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଗତକାଲି ଅଧିକାଂଶ ବସ୍ତି ବାସିନ୍ଦା ଟଙ୍କା ବଦଳ ନେଇ ଆରବିଆଇ କାର୍ଯ୍ୟାଳୟ ବାହାରେ ଲାଇନ୍ ଲଗାଇଥିଲେ । ଆଉ ଆଜି ପୁଣିଥରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି ।

ବ୍ୟାଙ୍କରେ ଅକ୍ଟୋବର ୭ ତାରିଖ ଯାଏଁ ଟଙ୍କା ବଦଳାଇବାର ଶେଷ ସୀମା ଥିବା ବେଳେ ଆରବିଆଇରେ ଏବେ ଏହି ଟଙ୍କା ବଦଳାଇବା ବ୍ୟବସ୍ଥା ଜାରି ରହିଛି । ତେବେ ଟଙ୍କା ବଦଳାଇବା ପାଇଁ ହଠାତ୍ ଏଭଳି ଗହଳକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଗତକାଲି ଭଳି ଆଜି ପ୍ରବଳ ଗହଳି ଥିବା ଦେଖିବାକୁ ମିଳିଛି ।