କନକ ବ୍ୟୁରୋ: ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନର ସିଧାସଳଖ ପ୍ରଭାବ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ । ତେଲ ସରିଯିବା ଭୟରେ ଯିଏ ଯେତେ ପାରିଲା, ସେତେ କିଣି ପକାଇଲା । ଫଳରେ ଦିନରେ ୫୦ ପ୍ରତିଶତ ପେଟ୍ରୋଲ ବିକ୍ରି ହୋଇଥିବା ସୂଚନା ମିଳିଛି ।

Advertisment

ସେହିପରି ଡିଜେଲ ବିକ୍ରି ୨୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ବସ୍ ଓ ଟ୍ରକ୍ ଚଳାଚଳ ଠପ୍ ପଡ଼ିଯାଇଥିଲା । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଥିଲା । ଲୋକେ ତେଲ ପକାଇବା ଲାଗି ଫିଲିଂ ଷ୍ଟେସନ୍ ଗୁଡ଼ିକରେ ଲମ୍ବା ଲାଇନ ଲଗାଇଥିଲେ । ଫଳରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଯଦିଓ ଆନ୍ଦୋଳନକୁ ଡ୍ରାଇଭର ସଂଘ ସ୍ଥଗିତ ରଖିଛି, କିନ୍ତୁ ଆଜି ସ୍ଥିତିରେ ସୁଧାର ଆସିବାର ସମ୍ଭାବନା କମ୍ ଲାଗୁଛି । ହେଲେ ଶୀଘୟ ସ୍ଥିତିରେ ସୁଧାର ଆସିବ ବୋଲି କୁହାଯାଉଛି ।

କେନ୍ଦ୍ର ସରକାରଙ୍କ ଆଇନକୁ ବିରୋଧ କରି ୩ଦିନ ହେଲା ଡ୍ରାଇଭରମାନେ ଆନ୍ଦୋଳନ ଚଳାଇଥିଲେ । ଏହାପରେ ପରିବହନ ସେବା ବାଧାପ୍ରାପ୍ତ ହୋଇଥିଲା । ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିବା ଆଶଙ୍କା ପ୍ରକାଶ ପାଇଥିଲା । ଏହାପରେ ପରିବହନ ଡ୍ରାଇଭର ମହାଂସଘ ସହ ଆଲୋଚନା କରିଥିଲେ ପରିବହନ କମିଶନର । ୩୦ ଜିଲ୍ଲାର ସଂଘ ସହ ଆଲୋଚନା ପରେ ଡ୍ରାଇଭର ସଂଘ ଏହା ଘୋଷଣା କରିଛି । ଏବେ ଆଉ ୩୦ ଜିଲ୍ଲାରେ ଆନ୍ଦୋଳନ ହେବ ନାହିଁ । ଆଲୋଚନାବେଳେ ରାଜ୍ୟ ସରକାର ଡ୍ରାଇଭର ସଂଘର ଦାବିକୁ ମାନିନେଇଥିବା ସଂଘ କହିଛି । ତେବେ କେନ୍ଦ୍ର ସରକାରଙ୍କ ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ନେଇ ପୁଣି ନିଷ୍ପତି ନିଆଯିବ । ସବୁ ରାଜ୍ୟ ମଧ୍ୟ ସମନ୍ୱୟ ନ ରହିବାରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ବୋଲି କହିଛି ଡ୍ରାଇଭର ମହାସଂଘ ।