ଆଠଗଡରୁ ଆସିଲା ଅଭାବନୀୟ ଚିତ୍ର : ଟିକା ନେବାକୁ ରାତି ଅଧରୁ ଧାଡି ଲଗାଇଥିଲେ ଲୋକ; ସକାଳୁ ମେଡିକାଲ କର୍ତୃପକ୍ଷ ଟିକା ନଥିବା କହିବା ପରେ ଉତେଜନା

Advertisment
ଆଠଗଡରୁ ଆସିଲା ଅଭାବନୀୟ ଚିତ୍ର : ଟିକା ନେବାକୁ ରାତି ଅଧରୁ ଧାଡି ଲଗାଇଥିଲେ ଲୋକ; ସକାଳୁ ମେଡିକାଲ କର୍ତୃପକ୍ଷ ଟିକା ନଥିବା କହିବା ପରେ ଉତେଜନା

କନକ ବ୍ୟୁରୋ : ଟିକା ନେବାକୁ ରାତି ଅଧରୁ ଧାଡି ଲଗାଇଥିଲେ ଲୋକ । ହେଲେ ସକାଳୁ କୁହାଗଲା ଟିକା ନାହିଁ । କରୋନା ମୁକାବିଲା ପାଇଁ ଟିକା ନେବା ଜରୁରୀ ହୋଇଥିବାବେଳେ ଟିକା କେନ୍ଦ୍ରରେ ଏହିଭଳି ଅବ୍ୟବସ୍ଥାର ଚିତ୍ର ବାରମ୍ବାର ଆସିବାରେ ଲାଗିଛି। ଆଜି ଏହିଭଳି ଏକ ଅଭାବନୀୟ ଚିତ୍ର ଆଠଗଡରୁ ଆସିଛି ।

ଆଠଗଡ ଉପଖଣ୍ଡର ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ରାତି ଅନିଦ୍ରା ହୋଇ ଧାଡି ବାନ୍ଧିଥିବା ଲୋକଙ୍କୁ ଟିକା ନଥିବା କହି ହସ୍ପିଟାଲ କର୍ତୃପକ୍ଷ ଫେରାଇ ଦେବାପରେ ଉତେଜନା ପ୍ରକାଶ ପାଇଛି । ଲୋକଙ୍କ ଅଭିଯେଗ, ଟିକା ନଥିବା ବାବଦରେ ଦିନକ ଆଗରୁ କାହିଁରକି ସୂଚନା ଦିଆଗଲା ନାହିଁ । ଏଭଳି ଅବ୍ୟବସ୍ଥା ପାଇଁ ପ୍ରଶାସନ ଓ ସରକାରଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି ଲୋକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe