କନକ ବ୍ୟୁରୋ : ଟିକା ନେବାକୁ ରାତି ଅଧରୁ ଧାଡି ଲଗାଇଥିଲେ ଲୋକ । ହେଲେ ସକାଳୁ କୁହାଗଲା ଟିକା ନାହିଁ । କରୋନା ମୁକାବିଲା ପାଇଁ ଟିକା ନେବା ଜରୁରୀ ହୋଇଥିବାବେଳେ ଟିକା କେନ୍ଦ୍ରରେ ଏହିଭଳି ଅବ୍ୟବସ୍ଥାର ଚିତ୍ର ବାରମ୍ବାର ଆସିବାରେ ଲାଗିଛି। ଆଜି ଏହିଭଳି ଏକ ଅଭାବନୀୟ ଚିତ୍ର ଆଠଗଡରୁ ଆସିଛି ।
ଆଠଗଡ ଉପଖଣ୍ଡର ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ରାତି ଅନିଦ୍ରା ହୋଇ ଧାଡି ବାନ୍ଧିଥିବା ଲୋକଙ୍କୁ ଟିକା ନଥିବା କହି ହସ୍ପିଟାଲ କର୍ତୃପକ୍ଷ ଫେରାଇ ଦେବାପରେ ଉତେଜନା ପ୍ରକାଶ ପାଇଛି । ଲୋକଙ୍କ ଅଭିଯେଗ, ଟିକା ନଥିବା ବାବଦରେ ଦିନକ ଆଗରୁ କାହିଁରକି ସୂଚନା ଦିଆଗଲା ନାହିଁ । ଏଭଳି ଅବ୍ୟବସ୍ଥା ପାଇଁ ପ୍ରଶାସନ ଓ ସରକାରଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି ଲୋକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/14-18.jpg)