କନକ ବ୍ୟୁରୋ: ମିଳୁନି ଭତ୍ତା । ୩ ଦିନ ହେବ ପଞ୍ଚାୟତ ଅଫିସ ଦୌଡ଼ି ଦୌଡ଼ି ହତାସ ହେଲେଣି ବୃଦ୍ଧ,ବୃଦ୍ଧା । ବାଲେଶ୍ୱର ଭୋଗରାଇ ବ୍ଲକ କଖଡ଼ା ପଞ୍ଚାୟତରେ ଦେଖାଦେଇଛି ଭତ୍ତା ସମସ୍ୟା । ୧୪ ତାରିଖରୁ ଭତ୍ତା ପାଇଁ ଆସି ନିରାଶ ହୋଇ ଫେରୁଛନ୍ତି ହିତାଧିକାରୀ । ଆଜି ସକାଳ ୮ଟାରୁ ହିତାଧିକାରୀମାନେ ଭତ୍ତା ପାଇଁ ଲାଇନ୍ ଲଗାଇଥିବା ବେଳେ କାହାରିକୁ ଭତ୍ତା ମିଳିପାରି ନାହିଁ । ୩ ଦିନ ପଞ୍ଚାୟତ ଅଫିସକୁ ଆସି ଖର୍ଚ୍ଚାନ୍ତ ହେଉଥିବାରୁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ବୟସାଧିକ କାରଣରୁ ସମସ୍ୟା ହେଉଥିବା ଅଭିଯୋଗ କରିଛନ୍ତି ଲୋକେ । ତେଣୁ ଆଜି ଟଙ୍କା ନନେଇ ଘରକୁ ଫେରିବେନି ବୋଲି ଅଡ଼ି ବସିଛନ୍ତି ବୃଦ୍ଧ ହିତାଧିକାରୀ ।
ମିଳୁନି ଭତ୍ତା, ପଞ୍ଚାୟତ ଅଫିସକୁ ଦୌଡ଼ି ଦୌଡ଼ି ନିରାଶ ବୃଦ୍ଧ ବୃଦ୍ଧା ; ପଞ୍ଚାୟତ ଅଫିସ ଆଗରେ ହିତାଧିକାରୀଙ୍କ ଭିଡ
/kanak/media/post_attachments/wp-content/uploads/2024/08/bhatta.jpg)