କନକ ବ୍ୟୁରୋ: ଦୁଇ ଦିନ ଛୁଟି ପରେ ପୁଣି ଥରେ ଆରବିଆଇ ବାହାରେ ଜମିଛି ଭିଡ । ୨ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଆରବିଆଇ ବାହାରେ ପୁଣି ଜମିଛି ଲମ୍ବା ଲାଇନ୍ । ପୂର୍ବରୁ କଳାଟଙ୍କା ବଦଳାଇବା ପାଇଁ ଗରିବ ଦିନ ମଜୁରିଆଙ୍କୁ ମାଧ୍ୟମ କରାଯାଉଥିଲା । ଗରିବ ଦିନ ମଜୁରିଆଙ୍କୁ ଲାଇନ୍ରେ ଛିଡା କରି ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ବଦଳ କରିବାକୁ ଦଲାଲ ଲଗାଇଥିବା ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଆରବିଆଇ ବାହାରେ ଇଓଡବ୍ଲୁ ଓ ଇଡିର ଟିମ୍ ପହଁଛି ପଚରା ଉଚରା କରିଥିଲା । ଦୁଇ ଦିନର ଛୁଟି ପରେ ଆଜି ପୁଣି ଥରେ ଆରବିଆଇ ବାହାରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି ।