କିଏ ସ୍ତ୍ରୀର ଶବକୁ ଖଣ୍ଡ ଖଣ୍ଡ କରିଛି, କିଏ ପୁଣି ତନ୍ଦୁରରେ ପୋଡି ପ୍ରମାଣ ନଷ୍ଟ କରିଛି। ପଢନ୍ତୁ ଦେଶର ବିଭତ୍ସ ହତ୍ୟାକାଣ୍ଡର ଲମ୍ବା ତାଲିକା।

229

କନକ ବ୍ୟୁରୋ: ଦେଶରେ ଏମିତି କିଛି ହତ୍ୟାକାଣ୍ଡ ଘଟିଛି ଯାହାକୁ ଶୁଣିଲେ, ଦେଖିଲେ ଲୋମଟାଙ୍କୁରୀ ଯିବ । ବିଭତ୍ସ, ବର୍ବର, ଭୟାନକର ଅନେକ ହତ୍ୟାକାଣ୍ଡ ଦେଶକୁ ଦୋହଲାଇ ଦେଇଛି । କେତେବେଳେ କିଏ ନିଜ ସ୍ତ୍ରୀର ଶବକୁ ୭୨ଖଣ୍ଡ କରି ହତ୍ୟାର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଛି ତ ପୁଣି କିଏ ହତ୍ୟା ପରେ ସ୍ତ୍ରୀକୁ ତନ୍ଦୁରରେ ପୋଡି ପାଉଁଶ କରିଦେଇଛି । ଆଉ କିଏ କୁନି କୁନି ଶିଶୁଙ୍କ ହତ୍ୟା କରି ସେମାନଙ୍କ ଶବ ଖଣ୍ଡକୁ ଖାଇଛି । ଏହା ଭିତରେ ଦିଲ୍ଲୀ ମେହେରୋଲି ଛତରପୁରରେ ଘଟିଥିବା ଶ୍ରଦ୍ଧା ହତ୍ୟା ମାମଲା ପୁଣି ସେହି ସବୁ ଲୋମହର୍ଷଣକାରୀ ଘଟଣାକୁ ମନେ ପକାଇଦେଇଛି । ଦେଶର ଏମିତି କିଛି ହତ୍ୟାକାଣ୍ଡ ରହିଛି । ଏଭଳି ହତ୍ୟାକାଣ୍ଡ ପଛର କାରଣ କେବେଳ ପ୍ରେମ ତ ପୁଣି କେବେ ବିକୃତ ମାନସିକତା ଥିବା ଘଟଣା ସାମ୍ନାକୁ ଆସିଛି ।

୨୦୧୦ ଅକ୍ଟୋବର ୧୭, ଅନୁପମା ଗୁଲାଟି ହତ୍ୟାକାଣ୍ଡ

ଦେଶର ଅପରାଧ ଇତିହାସରେ ଯେତେବେଳେ ଅନୁପମା ଗୁଲାଟି ହତ୍ୟାକାଣ୍ଡ  କଥା ଉଠେ ସେତେବେଳେ ଶୁଣିବା ଲୋକର ଶରୀରରେ ଶିହରଣ ସୃଷ୍ଟି ହୁଏ । କାରଣ ଏହା ଏଭଳି ଏକ ହତ୍ୟାକାଣ୍ଡ ଥିଲା, ଯାହା କେବଳ ଡେରାଡୁନ ନୁହେଁ ପୂରା ଦେଶକୁ ଦୋହଲାଇ ଦେଇଥିଲା । ସ୍ୱାମୀ ରାଜେଶ ଭାଟିଆଙ୍କ ସହ ପ୍ରେମ ବିବାହ କରିଥିଲେ ଅନୁମପା । ଆମେରିକାରୁ ଭାରତ ଫେରିବା ପରେ ଏମାନେ ପ୍ରଥମେ କୋଲାକାତା ଓ ପରେ ଡେରାଡୁନରେ ରହିଥିଲେ । ତେବେ ପ୍ରତିଦିନ ପରି ୨୦୧୦ ଅକ୍ଟୋବର ୧୦ରେ ଏମାନଙ୍କ ମଧ୍ୟ ବଡଧରଣର ଝଗଡା ହୋଇଥିଲା । ପରକିୟା ପ୍ରୀତିକୁ ବିରୋଧ କରିବାରୁ ଅନୁପମାକୁ ରାଜେଶ ହତ୍ୟା କରିଥିଲା । ଅନୁପମାକୁ ରାଜେଶ ଗଳା ଚିପି ହତ୍ୟା କରିବା ପରେ ଅନୁପମାର ଶବକୁ ସେ ଖଣ୍ଡ ଖଣ୍ଡ କରି କାଟି ଫ୍ରିଜରେ ରଖିଥିଲା । ମୌକା ଦେଖି ଖଣ୍ଡେ ଖଣ୍ଡେ ମାଂସ ସହରର ବିଭିନ୍ନ ସ୍ଥାନରେ ଫିଙ୍ଗୁଥିଲା । ଦୁଇମାସ ପରେ ଅନୁପମାଙ୍କ ଘର ଲୋକେ ସନ୍ଦେହ କରି ପୁଲିସର ଅଭିଯୋଗ କରିବା ପରେ ତ ସାମ୍ନାକୁ ଆସିଥିଲା । ସତ ବଖାଣିଥିଲା ରାଜେଶ ଭାଟିଆ ।

୧୯୫୪ ମସିହା ଜାନୁଆରୀ ୩୧ ତାରିଖ ବେଲାରାଣୀ ହତ୍ୟାକାଣ୍ଡ

କଲିକତାର ଜଣେ ସଫେଇକର୍ମଚାରୀ ଏକ ନଳା ପାଖରେ ପେପରରେ ଗୋଡେଇ ହୋଇଥିବା ଏକ ଶବ ଦେଖିଥିଲେ । ବୀରେନ ନାମକ ଜଣେ ଯୁବକ ନିଜର ଦୁଇଜଣ ପ୍ରେମିକାଙ୍କଠୁ ଅତିଷ୍ଟ ହେବା ପରେ ପ୍ରେମିକା ବେଲାରାଣୀଙ୍କୁ ହତ୍ୟା କରି ନାଳ ନିକଟରେ ଫିଙ୍ଗିଥିଲା । ପରେ ଶବକୁ କାଟି ସହର ବିଭିନ୍ନ ସ୍ଥାନରେ ପିଙ୍ଗୁଥିଲା । ଦୋଷୀ ବିରେନକୁ ମୃତ୍ୟୁଦଣ୍ଡ ମିଳିଥିଲା ।

୧୯୯୫ ମସିହା ନୈନା ସାହାଣୀ ହତ୍ୟାକାଣ୍ଡ

୧୯୯୫ ମସିହା । ନୈନା ସାହାଣୀ ହତ୍ୟାକାଣ୍ଡ । ଯେତିକି ବିଭତ୍ସ ଥିଲା ସେତିକ ଭୟାନକ ମଧ୍ୟ । ସୁଶୀଳ ଶର୍ମା । ଯିଏକି କଂଗ୍ରେସ ଜଣେ ଯୁବନେତା ଥିଲେ । ସେ ନିଜ ସ୍ତ୍ରୀକୁ ସନ୍ଦେହ ପାଇଁ ହତ୍ୟା କରିଥିଲେ । ନୈନାଙ୍କ ପରକୀୟା ପ୍ରୀତି ଥିବା ସନ୍ଦେହ କରି ସୁଶୀଲ ଗୁଳି କରି ହତ୍ୟା କରିଥିଲା । କେବଳ ସେତିକ ନୁହେଁ ପ୍ରମାଣକୁ ରାତାରାତି ନଷ୍ଟ କରିବା ପାଇଁ ତନ୍ଦୁର ଶବକୁ ଜାଳି ଦେଇଥିଲା ଜହ୍ଲାଦ ସୁଶୀଲ । ତେବେ ଘଟଣାସ୍ଥଳରୁ ଫେରାର କିଛି ଦିନ ପରେ ନିଜେ ଆତ୍ମସମର୍ପଣ କରିଥିଲା ସୁଶୀଲ ଶର୍ମା

୨୦୦୮ ମେ ୧୫ର ଆରୁଷୀ ହତ୍ୟାକାଣ୍ଡ

ଦିଲ୍ଲୀ ନୋଏଡାରେ ନାବାଳିକା ଆରୁଷୀ ତଲୱାରଙ୍କ ଶବ ଯେତେବେଳେ ତାଙ୍କ ଘର ଛାତ ଉପରୁ ମିଳିଥିଲା ସେତେବେଳେ ଚାଞ୍ଚଲ୍ୟ ଖେଳିଯାଇଥିଲା । ପ୍ରଥମେ ଘରୋଇ ସହାୟକ ହେମରାଜ ଉପରେ ସନ୍ଦେହ ଓ ଗିରଫ କରିଥିଲା ପୁଲିସ । ତେବେ ଘଟଣା ସେତେବେଳେ ବଡ ମୋଡ ନେଇଥିଲା ଯେତେବେଳେ ଜଣାପଡିଥିଲା କି ଆରୁଷୀର ହତ୍ୟା ଆଉ କିଏ ନୁହେଁ ତାଙ୍କ ବାପାମାଆ ମାନେ ତଲବାର ଦମ୍ପତି କରିଥିଲେ ।

୨୦୦୬  ମେ ୬, ନିଠାରୀ କାଣ୍ଡ

ଦିଲ୍ଲୀ ନୋଏଡା ନିଠାରୀ ହତ୍ୟାକାଣ୍ଡ । ଦେଶର ଏହା ଏକ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଯାହାକୁ ଶୁଣିଲେ ଲୋମଟାଙ୍କୁରି ଯାଏ । ୨୦୦୫ ଓ ୨୦୦୬ ମସିହା ଘଟଣାର ସେତେବେଳେ ପର୍ଦ୍ଦାଫାଶ ହୋଇଥିଲା ଯେତେବେଳେ ନିଠାରୀ ଗାଁ କିଛି ଯୁବକ ଯୁବତୀ ଶିଶୁ ହଠାତ ନିଖୋଜ ହେଲେ । ପରେ ଜଣାପଡିଥିଲା କି ଦୋଷୀ ମନିନ୍ଦର ସିଂ ପଣ୍ଡେର ଓ ସୁରେନ୍ଦ୍ର କୋଲି ଏମାନଙ୍କୁ ଅପହରଣ, ଦୁର୍ଷ୍କମ ଓ ହତ୍ୟା କରୁଥିଲେ । ଶବକୁ ଖଣ୍ଡ ଖଣ୍ଡ କାଟିବା ସହ କିଛିକୁ ଫିଙ୍ଗୁଥିଲେ ଓ କିଛି ଖଣ୍ଡ ଖାଉଥିଲେ ଦୋଷୀ । ବେଲରାଣୀ ହତ୍ୟାକାଣ୍ଡଠୁ ନେଇ ଶ୍ରଦ୍ଧା ହତ୍ୟା ମାମଲା । ଏହି ସବୁ ଭିତରେ ଗୋଟିଏ ପ୍ରଶ୍ନ ଉଠୁଛି ଅପରାଧୀମାନଙ୍କ ମାନସିକ ସ୍ଥିତି ଯଦି ସମୟ ପୂର୍ବରୁ ଜଣାପଡି ଯାଆନ୍ତା, ବା ସେମାନଙ୍କୁ ଯଦି କାଉନସିଲ କରାଯାଏ ତେବେ ଏଭଳି ଅପରାଧକୁ ରୋକଯାଇ ପାରନ୍ତା ।