କରୋନା ବେଳେ ୟୁରିଆ ସାର ପାଇଁ ଲମ୍ବା ଲାଇନ : ଭଂଜନଗରେ ଧାଡି ଧାଡିରେ ଛିଡା ହୋଇଛନ୍ତି ଶହ ଶହ ଚାଷୀ; ୨୨୫ ପ୍ୟାକେଟ ସାରକୁ ନେବାକୁ ଅଛନ୍ତି ହଜାରେ ଲୋକ

120

କନକ ବ୍ୟୁରୋ : ସାର ପାଇଁ ଲାଗିଛି ଲଂବା ଲାଇନ୍ । ଧାଡିରେ ଠିଆ ହୋଇଛନ୍ତି ଶହ ଶହ ଚାଷୀ । ଏ ଚିତ୍ର ଆସିଛି ଭଂଜନଗରର ଅଗଝୋଳ ଗାଁରୁ । ବ୍ରହ୍ମପୁର-ଭଂଜନଗର ଜାତୀୟ ରାଜପଥର ଅଗଝୋଳ ଗାଁ ନିକଟରେ ରାସ୍ତା ଉପରେ ଠିଆ ହୋଇଛନ୍ତି ଶହ ଶହ ଚାଷୀ । ସମସ୍ତେ ଅପେକ୍ଷା କରିଛନ୍ତି ନେବେ ୟୁରିଆ ସାର । ସୂଚନା ଅନୁସାରେ ମହଜୁଦ୍ ରହିଛି ୨୨୫ ପ୍ୟାକେଟ୍ ସାର । କିନ୍ତୁଧାଡିରେ ଅପେକ୍ଷା କରି ରହିଛନ୍ତି ପ୍ରାୟ ହଜାରେ ଚାଷୀ । ୟୁରିଆ ସାର ଅଭାବ ସମୟରେ ଭଂଜନଗରରୁ ଏହି ଚିତ୍ର ବେଶ୍ ଚିନ୍ତାଜନକ । ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିଲା ୟୁରିଆ ଅଭାବର ଚିତ୍ର । ଏବେ ଭଂଜନଗରରୁ ୟୁରିଆ ସଂକଟର ଏହି ଚିତ୍ର ଆସିଛି ।