ଚଣ୍ଡିଖୋଲ ଜାରକ ଜାତୀୟ ରାଜପଥରେ ଗାଡିର ଲମ୍ବା ଲାଇନ । ଘଂଟା ଘଂଟା ଧରି ଅବରୋଧ ଯୋଗୁଁ ବଢୁଛି ଅସନ୍ତୋଷ : ଆମ୍ବୁଲାନ୍ସକୁ ମିଳୁନି ବାଟ, ଫସିରହୁଛନ୍ତି ଗାଡି ଚାଳକ ଓ ଲୋକ

560

କନକ ବ୍ୟୁରୋ : ମାଲବାହୀ ଟ୍ରକ କବଜାରେ ଜାତୀୟ ରାଜପଥ । ଲାଗିଛି କିଲୋମିଟର ବ୍ୟାପି ଲମ୍ବା ଲାଇନ । ଘଂଟା ଘଂଟା ଧରି ଜାତୀୟ ରାଜପଥ ଅବରୋଧ ଯୋଗୁଁ ବଢୁଛି ଅସନ୍ତୋଷ । କେଉଁଠି ଆମ୍ବୁଲାନସ ଅଟକୁଛି ତ ଆଉକେଉଁଠି ବାଇକ୍ । ଭିଡ ଭିତରେ ଘଂଟାଘଂଟା ଧରି ଫସି ରହୁଛନ୍ତି ଲୋକେ । ଏପରି ଦୃଶ୍ୟ ଦେଖିବାକୁ ମିିଳିଛି ଯାଜପୁର ଜିଲ୍ଳା ଦେଇ ଯାଇଥିବା ୧୬ ନମ୍ବର ଓ ୫୩ ନମ୍ବର ଜାତୀୟ ରାଜପଥ ଉପରେ । ପାଣିକୋଈଲି ଛକଠାରୁ କୁଆଖିଆ,ଜାରକା,ଚଣ୍ଡିଖୋଲ ସବୁଠି ଜାତୀୟ ରାଜପଥ ଉପରେ ଲାଗୁଛି ମାଲବାହୀ ଟ୍ରକଗୁଡିକର ଭିଡ ।

କରୋନା କଟକଣା ଯୋଗୁଁ କେବଳ ଅତ୍ୟାବଶ୍ୟକୀୟ ମାଲ୍ ପରିବହନ କରୁଥିବା ଗାଡିଗୁଡିକୁ ଜାତୀୟ ରାଜପଥରେ ପରିବହନ ପାଇଁ ଅନୁମତି ମିଳିଥିବା ବେଳେ ଏତେ ଭିଡ ଦେଖିବାକୁ ମିଳିନଥିଲା । କରୋନା ଯୋଗୁଁ କେନ୍ଦୁଝର ଜିଲ୍ଳାରୁ ପାରାଦୀପକୁ ଲୁହାପଥର ପରିବହନ ବନ୍ଦ ରହିଥିବା ବେଳେ ଲାଭଖୋର ମନୋବୃତି ରଖି ଟ୍ରକମାଲିକମାନେ ମନଇଛା ପରିବହନ କରିବା ଫଳରେ ଏଭଳି ପରସ୍ଥିତି ସୃଷ୍ଟି ହୋଇଛି । ଏହାଛଡା ରାସ୍ତାରେ ଅହେତୁକ ଭିଡ ଲୋକମାନଙ୍କର ସମସ୍ୟାକୁ ବଢାଉଥିବା ବେଳେ ଘଂଟା ଘଂଟା ଧରି ଫସିରହୁଛନ୍ତି ଗାଡି ଚାଳକ ଓ ଲୋକେ । ଏପରିକି ଆମ୍ବୁଲାନ୍ସ ବି ବହୁ ସମୟ ଧରି ଅଟକି ରହୁଛି ।