କନକ ବ୍ୟୁରୋ : ମାଲବାହୀ ଟ୍ରକ କବଜାରେ ଜାତୀୟ ରାଜପଥ । ଲାଗିଛି କିଲୋମିଟର ବ୍ୟାପି ଲମ୍ବା ଲାଇନ । ଘଂଟା ଘଂଟା ଧରି ଜାତୀୟ ରାଜପଥ ଅବରୋଧ ଯୋଗୁଁ ବଢୁଛି ଅସନ୍ତୋଷ । କେଉଁଠି ଆମ୍ବୁଲାନସ ଅଟକୁଛି ତ ଆଉକେଉଁଠି ବାଇକ୍ । ଭିଡ ଭିତରେ ଘଂଟାଘଂଟା ଧରି ଫସି ରହୁଛନ୍ତି ଲୋକେ । ଏପରି ଦୃଶ୍ୟ ଦେଖିବାକୁ ମିିଳିଛି ଯାଜପୁର ଜିଲ୍ଳା ଦେଇ ଯାଇଥିବା ୧୬ ନମ୍ବର ଓ ୫୩ ନମ୍ବର ଜାତୀୟ ରାଜପଥ ଉପରେ । ପାଣିକୋଈଲି ଛକଠାରୁ କୁଆଖିଆ,ଜାରକା,ଚଣ୍ଡିଖୋଲ ସବୁଠି ଜାତୀୟ ରାଜପଥ ଉପରେ ଲାଗୁଛି ମାଲବାହୀ ଟ୍ରକଗୁଡିକର ଭିଡ ।
କରୋନା କଟକଣା ଯୋଗୁଁ କେବଳ ଅତ୍ୟାବଶ୍ୟକୀୟ ମାଲ୍ ପରିବହନ କରୁଥିବା ଗାଡିଗୁଡିକୁ ଜାତୀୟ ରାଜପଥରେ ପରିବହନ ପାଇଁ ଅନୁମତି ମିଳିଥିବା ବେଳେ ଏତେ ଭିଡ ଦେଖିବାକୁ ମିଳିନଥିଲା । କରୋନା ଯୋଗୁଁ କେନ୍ଦୁଝର ଜିଲ୍ଳାରୁ ପାରାଦୀପକୁ ଲୁହାପଥର ପରିବହନ ବନ୍ଦ ରହିଥିବା ବେଳେ ଲାଭଖୋର ମନୋବୃତି ରଖି ଟ୍ରକମାଲିକମାନେ ମନଇଛା ପରିବହନ କରିବା ଫଳରେ ଏଭଳି ପରସ୍ଥିତି ସୃଷ୍ଟି ହୋଇଛି । ଏହାଛଡା ରାସ୍ତାରେ ଅହେତୁକ ଭିଡ ଲୋକମାନଙ୍କର ସମସ୍ୟାକୁ ବଢାଉଥିବା ବେଳେ ଘଂଟା ଘଂଟା ଧରି ଫସିରହୁଛନ୍ତି ଗାଡି ଚାଳକ ଓ ଲୋକେ । ଏପରିକି ଆମ୍ବୁଲାନ୍ସ ବି ବହୁ ସମୟ ଧରି ଅଟକି ରହୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/20-9.jpg)