କନକ ବ୍ୟୁରୋ : ଚାନ୍ଦବାଲି ସ୍ଥିତ ସମବାୟ ବ୍ୟାଙ୍କ ଆଗରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଠିକ ସମୟରେ ଖୋଲୁନଥିବାରୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଟଙ୍କା ଉଠାଣ କରିବା ପାଇଁ ବ୍ୟାଙ୍କ ସମ୍ମୁଖରେ ଦେଖିବାକୁ ମିଳୁଛି ଲମ୍ବା ଲାଇନ । ଟଙ୍କା ଉଠାଇବା ପାଇଁ ଦୁର ଦୁରାନ୍ତରୁ ଲୋକମାନେ ଆସି ରାତି ୩ଟାରୁ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଲାଇନ ଦେଉଛନ୍ତି । ଲାଇନରେ ଘଂଟା ଘଂଟା ଧରି ଛିଡ଼ା ହୋଇ ଥକିଯିବା ପରେ ହେଲମେଂଟ, ଇଟା, ବହି ଖାତା ଥୋଇ ଜାଗା ରଖୁଛନ୍ତି ।
ବଡ଼ କଥା ହେଉଛି କି, ବ୍ୟାଙ୍କ ସମ୍ମୁଖରେ ଏକତ୍ରୀତ ହେଉଛନ୍ତି ଶତାଧିକ ଲୋକେ । ନା ସେମାନଙ୍କ ମୁହଁରେ ମାସ୍କ ଅଛି ନା ସାମାଜିକ ଦୂରତ୍ୱ ରଖୁଛନ୍ତି । ଜଳେଶ୍ୱରପୁର, ଯଶିପୁର, ଓରାସାହୀ ମାଧପୁର,ତେନ୍ତଲିଡ଼ିହି ଆଦି ସେବା ସମବାୟ ସମିତିକୁ ଚଳିତ ବର୍ଷ ବିମାରାଶି ଛାଡ଼ ଆସିଥିବାରୁ ଲୋକେ ଟଙ୍କା ଉଠାଣ କରିବା ପାଇଁ ଭିଡ଼ ଜମାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/2-38.jpg)
/kanak/media/post_attachments/wp-content/uploads/2020/09/ch-6-640x430.jpg)