କନକ ବ୍ୟୁରୋ : ଗଭୀର ନଳକୂପ ଯୋଜନାରେ ବୋରୱେଲ ପାଇଁ ବ୍ୟାଙ୍କ ଆଗରେ ଲାଗିଛି ଲମ୍ବା ଲାଇନ । ଉଠା ଜଳସେଚନ ନିଗମ ପକ୍ଷରୁ ସବସିଡିରେ ବୋରୱେଲ ପାଇଁ ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇଛି ଆବେଦନ ।
ତେବେ କେବଳ ୟୁନିୟନ ବ୍ୟାଙ୍କ୍ ଆକାଉଣ୍ଟରେ ହିଁ ଆବେଦନ କରିବାକୁ ନିୟମ ରହିଛି । ଆବେଦନର ଶେଷ ତାରିଖକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଥିବା ସମସ୍ତ ୟୁନିୟନ ବ୍ୟାଙ୍କ ସମ୍ମୁଖରେ ଭିଡ଼ ଦେଖିବାକୁ ମିଳିଛି । ଜିଲ୍ଲାରେ ମାତ୍ର ୩ଟି ୟୁନିୟନ ବ୍ୟାଙ୍କ ରହିଛି । ତେବେ ଆବେଦନ ପାଇଁ ପ୍ରଶାସନ କାହିଁକି କେବଳ ଗୋଟିଏ ନିର୍ଦ୍ଧିଷ୍ଟ ବ୍ୟାଙ୍କକୁ ଚୟନ କରିଛି ତାକୁ ନେଇ ପ୍ରଶ୍ନ କରିଛନ୍ତି ଚାଷୀ । ଆବେଦନ ତାରିଖକୁ ଘୁଂଚାଇବାକୁ ମଧ୍ୟ ଦାବି ଉଠିଛି ।