କନକ ବ୍ୟୁରୋ: ଆଜି ବି ଜମିଛି ଆରବିଆଇ କାର୍ଯ୍ୟାଳୟ ବାହାରେ ଲୋକଙ୍କ ଗହଳି । ୨ ହଜାର ଟଙ୍କିଆ ନୋଟ୍ ବଦଳ ନେଇ ଆଜି ବି ଦେଖିବାକୁ ମିଳିଛି ଲମ୍ବା ଲାଇନ୍ । ହଠାତ୍ ଏଭଳି ୨ ହଜାର ଟଙ୍କିଆ ନୋଟ୍ ବଦଳ ନେଇ ଲୋକଙ୍କ ଗହଳି ହେବାକୁ ନେଇ ସନ୍ଦେହ ବଢିବାରେ ଲାଗିଛି ।
ଗତକାଲି ଅଧିକାଂଶ ବସ୍ତି ବାସିନ୍ଦା ଟଙ୍କା ବଦଳ ନେଇ ଆରବିଆଇ କାର୍ଯ୍ୟାଳୟ ବାହାରେ ଲାଇନ୍ ଲଗାଇଥିଲେ । ଆଉ ଆଜି ପୁଣିଥରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ବ୍ୟାଙ୍କରେ ଅକ୍ଟୋବର ୭ ତାରିଖ ଯାଏଁ ଟଙ୍କା ବଦଳାଇବାର ଶେଷ ସୀମା ଥିବା ବେଳେ ଆରବିଆଇରେ ଏବେ ଏହି ଟଙ୍କା ବଦଳାଇବା ବ୍ୟବସ୍ଥା ଜାରି ରହିଛି । ତେବେ ଟଙ୍କା ବଦଳାଇବା ପାଇଁ ହଠାତ୍ ଏଭଳି ଗହଳକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଗତକାଲି ଭଳି ଆଜି ପ୍ରବଳ ଗହଳି ଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/26-24.jpg)