ପ୍ରେମିକା ଖୋଜିଲେ ମିଳିବ ପୁରସ୍କାର : ପ୍ରେମିକା ଖୋଜିଦେବା ପାଇଁ ସୋସିଆଲ୍ ମିଡିଆର ସାହାରା ନେଲେ ଆମେରିକା ବ୍ୟବସାୟୀ , ରଖିଲେ ୧୮ ଲକ୍ଷ ଟଙ୍କାର ପୁରସ୍କାର ।

154

ଆଜିକାଲି ବିବାହ ପାଇଁ ଝିଅ ମିଳିବା କଷ୍ଟକର ହୋଇଗଲାଣି । ସେଥିପାଇଁ ସୋସିଆଲ ମିଡ଼ିଆର ସାହାରା ନେଉଛନ୍ତି ଯୁବପିଢି । ଏଭଳି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ଆମେରିକାର ଜେଫ ଗେବହାର୍ଟ ନାମକ ଜଣେ ବ୍ୟବସାୟୀ ଗାର୍ଲଫ୍ରେଣ୍ଡ ଖୋଜିଦେବା ପାଇଁ ପୁରସ୍କାର ରଖିଛନ୍ତି । ଏଥିପାଇଁ ସେ ଏକ ଡେଟିଂ ୱେବସାଇଟ ମଧ୍ୟ ଲଞ୍ଚ କରିଛନ୍ତି । ଏହି ସାଇଟ ଜରିଆରେ ଯେଉଁ ବ୍ୟକ୍ତି ତାଙ୍କପାଇଁ ଗାର୍ଲଫ୍ରେଣ୍ଡ ଖୋଜିଦେବ ତାଙ୍କୁ ୨୫ ହଜାର ଡଲାର (୧୭ ଲକ୍ଷ ୯୨ ହଜାର ଟଙ୍କା)ର ପୁରସ୍କାର ମିଳିବ ବୋଲି ସେ ଘୋଷଣା କରିଛନ୍ତି ।


୪୭ ବର୍ଷୀୟ ଜେଫ ଗେବହାର୍ଟଙ୍କୁ ଏପରି ଏକ ଗାର୍ଲଫ୍ରେଣ୍ଡ ଆବଶ୍ୟକ ଯିଏକି ତାଙ୍କର ଭଲ ଓ ଖରାପ ଗୁଣ ସହିତ ତାଙ୍କୁ ଗ୍ରହଣ କରିବ । ସୂଚନା ମୁତାବକ, ଜେଫ ଟ୍ରାଡିସନାଲ ଡେଟିଂ କରି କରି ଥକି ଯାଇଛନ୍ତି । ଏବେ ଅନଲାଇନ ଡେଟିଂରୁ ମଧ୍ୟ ସେ ବିରକ୍ତ ହୋଇଗଲେଣି । ସେଥିପାଇଁ ସେ ଏବେ ୱେବସାଇଟ ସହିତ ପ୍ରାଇଜ ମନିର ଯୋଜନା କରି ଏକ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଗତ ସପ୍ତାହରେ ସେ ଜେଫ ନାମରେ ଏକ ୱେବସାଇଟ ଲଞ୍ଚ କରିଥିଲେ । ଜେଫ କୁହନ୍ତି, ଏକ ସଂପର୍କରେ ସେ ବହୁତ ସପୋର୍ଟିଭ ହେବା ସହିତ ସ୍ପଷ୍ଟବାଦୀ, ଦୟାଳୁ ଏବଂ ମସ୍ତି ମଜା କରୁଥିବା ସ୍ୱଭାବର ଅଟନ୍ତି । ଆଶା କରୁଛି ଯେ ମୋ ଜୀବନସାଥୀ ମଧ୍ୟ ମୋତେ ଏମିତି ପସନ୍ଦ କରିବେ । ମୋତେ ଏମିତି ଜଣେ ପାର୍ଟନର ଦରକାର ଯିଏକି ଆତ୍ମବିଶ୍ଵାସୀ ସହିତ ମଜାଳିଆ ସ୍ୱଭାବର ମଧ୍ୟ ହୋଇଥିବ । ଯାହା ସହିତ ଅତି ସହଜରେ ଜୀବନ ବିତାଇ ହେବ । ମୋ ପସନ୍ଦକୁ ଆପଣେଇବା ସହିତ ମୋ ସହିତ ଜୀବନ ବିତାଇବାକୁ ପସନ୍ଦ କରୁଥିବ । ତାଙ୍କ ଭିତରେ ସକାରାତ୍ମକ ଭାବ ଭରପୁର ଥିବା ସହିତ ସମସ୍ତଙ୍କ ସହିତ ଅତି ସ୍ନେହରେ ମିଶୁଥିବା ଆବଶ୍ୟକ ।

ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ଯେ, ଜେଫଙ୍କ ଏହି କ୍ୟାମ୍ପେନ କେତେଦିନ ପର୍ୟ୍ୟନ୍ତ ଜାରି ରହିବ । କିନ୍ତୁ ଏଥିରେ ସିଲେକ୍ଟ ହେବା ଅତି ସହଜ କଥା ମଧ୍ୟ ନୁହେଁ । ଜେଫଙ୍କ ଗାର୍ଲଫ୍ରେଣ୍ଡ ହେବାପାଇଁ ଯେଉଁ ଝିଅମାନେ ଆପ୍ଲାଇ କରିବେ ସେମାନେ ଏହି ୨୫ ହଜାର ଡଲାରର ହକଦାର ରହିବେ ନାହିଁ । ଝିଅଙ୍କୁ ଅନଲାଇନରେ ପରୀକ୍ଷା ଦେବାକୁ ପଡ଼ିବ । ଅନଲାଇନରେ ଆପ୍ଲାଇ କରୁଥିବା ଝିଅଙ୍କୁ ସର୍ଭେ ଦେଇ ପାସ୍ କରିବାକୁ ହେବ । ତାଙ୍କୁ ପ୍ରଥମେ ୱେବସାଇଟକୁ ଯାଇ ଆପ୍ଲାଇ କରିବାକୁ ପଡିବ ଆଉ ତା ପରେ ତାଙ୍କୁ ଅନଲାଇନ ସର୍ଭେ ପୁରା କରିବାକୁ ପଡିବ । ଏହି ସର୍ଭେ ଏକ କ୍ଲିନିକାଲ ମନୋବିଜ୍ଞାନୀ ପ୍ରସ୍ତୁତ କରିଛନ୍ତି । ଏହାଦ୍ୱାରା ଜେଫ ଝିଅମାନଙ୍କୁ ନଦେଖି ମଧ୍ୟ ଜାଣିପାରିବେ ଯେ କାହାସହ ତାଙ୍କର ତାଳମେଳ ଭଲ ରହିବ ଆଉ ତା ପରେ ଆଗକୁ ପ୍ରକ୍ରିୟା ଆରମ୍ଭ କରାଯିବ ।