ଚାକିରୀ ପାଇବାକୁ ଏମିତି କଲେ ଯୁବକ, ମାତ୍ର ୩ ଘଂଟାରେ ମିଳିବାକୁ ଲାଗିଲା ଗୋଟିଏ ପରେ ଗୋଟିଏ ଅଫର

1,529

କନକ ବ୍ୟୁରୋ : ଲଗାତର ଇଣ୍ଟରଭ୍ୟୁ ଦେବା ପରେ ଯେତେବେଳେ ଜଣେ ଯୁବକଙ୍କୁ ଚାକିରୀ ମିଳିଲା ନାହିଁ ତ ସେତେବେଳେ ସିଏ ଏକ ନୂଆ ଉପାୟ ଆପଣାଇଲେ । ରେଳ ଷ୍ଟେସନର ଏକ ଷ୍ଟାଣ୍ଡରେ ସେ ତାଙ୍କର ସମ୍ପୂର୍ଣ୍ଣ ବିବରଣୀ ଲେଖି ଟାଙ୍ଗିଦେଲେ ଓ ୩ ଘଂଟା ମଧ୍ୟରେ ତାଙ୍କ ପାଖକୁ ଗୋଟିଏ ପରେ ଗୋଟିଏ ଅଫର ମିଳିବାକୁ ଲାଗିଲା । ‘ଦ ମୀରର’ ର ରିପୋର୍ଟ ମୁତାବକ ଲଣ୍ଡନର ୨୪ ବର୍ଷିୟ ହାଇଦର ମଲ୍ଲିକଙ୍କୁ କରୋନା କାଳରେ କୌଣସି ଚାକିରୀ ମିଳୁ ନଥିଲା ।

ମିଡିଲସେକ୍ସ ୟୁନିଭରସିଟିରୁ ବ୍ୟାଙ୍କିଙ୍ଗ ଓ ଫାଇନାନ୍ସରେ ପ୍ରଥମ ସ୍ଥାନ ପାଇବା ପରେ ବି ହାଇଦର ମଲ୍ଲିକ ଚାକିରୀ ପାଇଁ ଏ ଅଫିସରୁ ସେ ଅଫିସ ଦଉଡୁ ଥିଲେ । ଏହାସହ ସେ ଲଗାତର ଭାବେ ଜୁମ ଆପରେ ଇଣ୍ଟରଭ୍ୟୁ ବି ଦେଇ ଚାଲିଥିଲେ । ମାତ୍ର ତାଙ୍କୁ ସଫଳତା ମିଳୁ ନଥିଲା । ଏହପରେ ସେ ଚାକିରୀ ପାଇବାକୁ ଏକ ନୂଆ ଉପାୟ ଚିନ୍ତା କରିଥିଲେ । ସେ ରେଳ ଷ୍ଟେସନର ଏକ ବୋର୍ଡରେ ନିଜର ସଂକ୍ଷିପ୍ତ ବିବରଣୀ ଲେଖି ଟାଙ୍ଗି ଦେଇଥିଲେ ।
ହାଇଦର ମଲ୍ଲିକ କହିଛନ୍ତି କି ଏନେଇ ସେ ତାଙ୍କ ବାପାଙ୍କ ଠାରୁ ପ୍ରେରଣା ପାଇଥିଲେ । ତାଙ୍କ ପିତା ପାକିସ୍ତାନ, ବ୍ରିଟେନରେ କ୍ୟାବ ଚଳାଉଥିଲେ । ଷ୍ଟେସନରେ ସିଭି ଟାଙ୍ଗିବା ପରେ ୫-୧୦ ମିନିଟ ଭୟଭିତ ଥିବା କଥା କହିଛନ୍ତି ମଲ୍ଲିକ । ଏହି ସମୟରେ ଲୋକମାନେ ତାଙ୍କୁ କେବଳ ଶୁଭ ସକାଳ କହି ଚାଲିଯାଉଥିଲେ ତ କିଛି ଲୋକ ସେମାନଙ୍କ କାର୍ଡ ଦେଇ ଚାଲିଯାଉଥିଲେ । ଏହାସହ କିଛି ଲୋକ ମୋର ଫଟୋ ଉଠାଇ ଭାଇରାଲ କରିଦେଇଥିଲେ ।

ଏହାର ପ୍ରଭାବରେ ମାତ୍ର ୩ ଘଂଟା ପରେ ହାଇଦର ମଲ୍ଲିକଙ୍କୁ ଫୋନ ଆସିବାରେ ଲାଗିଲା । କିଛି କମ୍ପାନୀ ହାଇଦରଙ୍କୁ ଫୋନ ଯୋଗେ ଇଣ୍ଟଭ୍ୟୁ ପାଇଁ ଆମନ୍ତ୍ରିତ କଲେ ଓ ଶେଷରେ ମୋତେ ଚାକିରୀ ମିଳିଗଲା ।