ବିଜୟ ମାଲ୍ୟାଙ୍କୁ ଆଉ ଏକ ଝଟକା ! ଲଣ୍ଡନ୍ କୋର୍ଟ ଖାରଜ କଲା ମାଲ୍ୟାଙ୍କ ଦଲିଲ ।
ଭାରତର ୧୨ଟିରୁ ଅଧିକ ବ୍ୟାଙ୍କରୁ ଋଣ ନେଇ ଦେଶ ଛାଡି ପଳାଇଥିବା ବିଜୟ ମାଲ୍ୟାଙ୍କୁ ଲାଗିଛି ଆଉ ଏକ ଝଟକା । ଭାରତୀୟ ବ୍ୟାଙ୍କ ଗୁଡିକ ପକ୍ଷରୁ ହୋଇଥିବା ମାମଲାକୁ ବ୍ରିଟେନ୍ ଓ ଲଣ୍ଡନର କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବିଜୟ ମାଲ୍ୟା । କିନ୍ତୁ ମାଲ୍ୟାଙ୍କ ଉପରେ ବଡ ଘୋଟାଲା ବା ଠକେଇ ଅଭିଯୋଗ ରହିଛି । ତେଣୁ ମ୍ୟାଲ୍ୟାଙ୍କୁ ପଳାତକ ଭାବେ ଘୋଷିତ କରାଯାଇଛି । ତେବେ ମାଲ୍ୟା କରିଥିବା ମାମଲା ଉପରେ ଲଣ୍ଡନ କୋର୍ଟ ନିଜ ରାୟ ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଶୁଣାଣିରେ ଉଲ୍ଲେଖ ହୋଇଛି ଯେ ମାଲ୍ୟା ଭାରତରେ ଅଭିଯୋଗ ହୋଇଥିବା ସମସ୍ତ ବ୍ୟାଙ୍କରୁ ଜାଣତରେ ବନ୍ଦ ପଡିଥିବା କିଙ୍ଗଫିସର ଏୟାରଲାଇନ୍ସ ମରାମତି ପାଇଁ ୧୦ ହଜାର କୋଟି ଟଙ୍କା ଋଣ ଆଣିଥିଲେ । ଏହା ପରେ ମଧ୍ୟ ମାଲ୍ୟା ବିଶ୍ୱର କୋଣ ଅନୁକୋଣରେ ଥିବା ସମ୍ପତ୍ତିକୁ ବାଜ୍ୟାପ୍ତି ନ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଲଣ୍ଡନ କୋର୍ଟ ଏହାକୁ ଖାରଜ କରି ମାଲ୍ୟାଙ୍କୁ ଆଉ ଏକ ଝଟକା ଦେଇଛନ୍ତି । ମଦ ସାମ୍ରାଜ୍ୟର ବାଦସାହା ମାଲ୍ୟାଙ୍କୁ ଭାରତକୁ ଆଣିବା ପାଇଁ ଅନେକ ପ୍ରୟାସ ଚାଲିଛି ବୋଲି କେନ୍ଦ୍ର ସରକାର ଅନେକତର ସ୍ପଷ୍ଟୀକରଣ ରଖିଛନ୍ତି । ହେଲେ ମାଲ୍ୟାଙ୍କ ବିରୋଧରେ ଲଣ୍ଡନରେ ହୋଇଥିବା ଶୁଣାଣି ଭାରତୀୟ ବ୍ୟାଙ୍କ ଗୁଡିକ ଅଭିଯୋଗକୁ ଦୃଢ଼ିଭୂତ କରିଛି । ଯାହାଫଳରେ ୧୦ ହଜାର କୋଟି ଚୁନ ଲଗେଇ ଥିବା ମାଲ୍ୟା ଦେଶକୁ ଆଣିବାରେ ଆଉ ଏକ ବାଟ ବାହାର କରିଥିବା ବ୍ୟାଙ୍କ ଗୁଡିକୁ ବିଶ୍ୱାସ ମିଳିଛି ।