ପିମ୍ପୁଡ଼ି ପାଇଁ ଉଡ଼ିଲାନି ଉଡ଼ାଜାହାଜ ! ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ, ଜାଣନ୍ତୁ ପୂରା ଘଟଣା । 

874

କନକ ବ୍ୟୁରୋ : ଏୟାର ଇଣ୍ଡିଆ ବିମାନରେ ପିମ୍ପୁଡ଼ି । ଭୂଟାନ ରାଜକୁମାରଙ୍କୁ ଲଣ୍ଡନ ନେଇଯିବାକୁ ଥିବା ଏୟାର ଇଣ୍ଡିଆ ବିମାନରେ ପିମ୍ପୁଡ଼ି ଥିବା ଦେଖି ଉଡ଼ାଣ ବାତିଲ କରାଯାଇଥିବା ଜଣାପଡ଼ିଛି । ପିମ୍ପୁଡ଼ି ମିଳିବା ପରେ ରାଜକୁମାରଙ୍କୁ ଅନ୍ୟ ଏବେ ବିମାନରେ ଲଣ୍ଡନ ପଠାଯାଇଥିବା ନେଇ ସୂଚନା ମିଳିଛି ।

ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଏୟାର ଇଣ୍ଡିଆ ବିମାନରେ ବାଦୁଡ଼ି ମିଳିଥିବାର ଖବର ଆସିସାରିଛି । ମେ’ ୨୮ରେ ଏହି ଘଟଣା ଘଟିଥିଲା । ଦିଲ୍ଲୀରୁ ଉଡ଼ାଣ କରି ନେୱାର୍କ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ବିମାନରେ ବାଦୁଡ଼ି ଥିବା ନେଇ ଏୟାର ଇଣ୍ଡିଆ ପାଇଲଟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି)କୁ ଜଣାଇବା ପରେ ଦିଲ୍ଲୀରୁ ନେୱାର୍କ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ପୁଣି ଦିଲ୍ଲୀ ଫେରିଥିଲା ।

ଏୟାର ଇଣ୍ଡିଆ ବିମାନ ନିର୍ଦ୍ଧାରିତ ସମୟ ଅନୁଯାୟୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାତି ୨ଟା ୨୦ରେ ଉଡ଼ାଣ କରିଥିଲା । କିନ୍ତୁ ଉଡ଼ାଣର ଅଧା ଘଣ୍ଟା ପରେ ମଝି ଆକାଶରେ ବିମାନ ମଧ୍ୟରେ ବାଦୁଡ଼ି ଥିବା ଜଣା ପଡିଥିଲା । ଏ ବିଷୟରେ ଜାଣି ବିମାନର କ୍ୟାପଟେନ ବିମାନକୁ ପୁଣି ଥରେ ଦିଲ୍ଲୀ ଫେରାଇ ଆଣିବାକୁ ସ୍ଥିର କରିଥିଲେ ।