‘ଓଡିଶାବାସୀ ଚାହୁଁଛନ୍ତି ପରିବର୍ତ୍ତନ, ଚାହୁଁଛନ୍ତି ରାଜ୍ୟରେ ବିଜେପି ସରକାର ଆସୁ’ : ବାଲେଶ୍ୱର କାର୍ଯ୍ୟକର୍ତ୍ତା ସମାବେଶରେ ଏଭଳି କହିଲେ ଓମ୍ ବିର୍ଲା

361

କନକ ବ୍ୟୁରୋ: ଆଜି କେନ୍ଦ୍ର ନେତୃତ୍ୱଙ୍କ ଓଡିଶା ଗସ୍ତ ଓ ପ୍ରଚାର କ୍ରମରେ ବାଲେଶ୍ୱରଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମାବେଶକୁ ସମ୍ବୋଧନ କରିଛନ୍ତି ଲୋକସଭା ବାଚସ୍ପତି ତଥା ବିଜେପି ନେତା ଓମ୍ ବିର୍ଲା । କହିଛନ୍ତି, ପୂର୍ବର ଭାରତ ଓ ବର୍ତ୍ତମାନର ଭାରତ ଭିତରେ ଅନେକ ଫରକ ଆସିଛି । ପୂର୍ବରୁ ଭାରତ ବିଭିନ୍ନ ପ୍ରକାର ସାମଗ୍ରୀ ପାଇଁ ବିଦେଶ ଉପରେ ନିର୍ଭର କରୁଥିବାବେଳେ ଏବେ ମେଡ୍ ଇନ୍ ଓଡିଶା ଅଭିଯାନରେ ଆତ୍ମନିର୍ଭରଶୀଳ ହୋଇଛି ।

ଓମ୍ ବିର୍ଲା ଆହୁରି ମଧ୍ୟ କହିଛନ୍ତି, ଖେଳନା ଠାରୁ ଆରମ୍ଭ କରି ମୋବାଇଲ ସବୁଥିରେ ଭାରତ ଅନ୍ୟ ଦେଶ ମାନଙ୍କ ଠାରୁ ଆମଦାନୀ କରୁଥିଲା । କିିନ୍ତୁ ଏବେ ଛବି ପୁରା ଓଲଟିଛି । ଏବେ ଭାରତ ମୋବାଇଲ ଇଣ୍ଡଷ୍ଟ୍ରିର ହବ୍ ପାଲଟିଛି । ଭାରତର ଯୁବଗୋଷ୍ଠୀଙ୍କ ବୌଦ୍ଧିକ କ୍ଷମତା ଯୋଗୁଁ ଭାରତରେ ବୈଜ୍ଞନିକ ଆବିଷ୍କାର ବଢିଚାଲିଛି । ଏସବୁକୁ ବିଚାର କଲେ ଭାରତ ଆଗାମୀ ୧୦ ବର୍ଷରେ ଦୁନିଆର ସବୁଠୁ ଆଗୁଆ ଏକ୍ସପୋର୍ଟର ଭାବେ ଉଭା ହେବ । ସାରା ଦେଶରେ ମୋଦୀ ସରକାରଙ୍କ ସାମର୍ଥ୍ୟକୁ ବଖାଣିବା ପରେ ରାଜ୍ୟରେ ପରିବର୍ତ୍ତନ ପ୍ରସଙ୍ଗକୁ ଆସିଥିଲେ ଓମ୍ ବିର୍ଲା । କହିଥିଲେ, ଓଡିଶାରେ ମଧ୍ୟ ଏବେ ଲୋକେ ବିରାଟ ପରିବର୍ତ୍ତନ ଚାହୁଁଛନ୍ତି । ଓଡିଶାରେ ମଧ୍ୟ ବିକାଶ ପାଇଁ ବିଜେପି ସରକାରେ ଆସୁ ଏକଥା ଓଡିଶାବାସୀ ଚାହୁଁଛନ୍ତି’ ବୋଲି କହିଛନ୍ତି ଓମ୍ ବିର୍ଲା ।