ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ! ହିଂସାର ଶିକାର ହେଲେ ୩ ଟିଏମସି କର୍ମୀ ।

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ! ହିଂସାର ଶିକାର ହେଲେ ୩ ଟିଏମସି କର୍ମୀ ।

ଆଜି ତୃତୀୟ ପର‌୍ୟ୍ୟାୟ ମତଦାନରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାଜ୍ୟରେ ଉପୁଜି ଥିବା ନିର୍ବାଚନୀ ହିଂସା ଯୋଗୁ ୩ ଜଣ କର୍ମୀ ଆହତ ହୋଇଥିବା ସୂଚନା ରହିଛି। ପଶ୍ଚିମବଙ୍ଗର ମୁରସିଦାବାଦସ୍ଥିତ ଡୋମକଲ୍ ମୁନିସିପାଲଟି ଠାରେ ଏହି ବୋମା ମାଡ଼ରେ ୩ ଜଣ ତୃଣ ମୂଳ କଂଗ୍ରେସ(ଟିଏମସି) କର୍ମୀ ଆହତ ହୋଇଥିବା ସୂଚନା ରହିଛି। ଆହତକର୍ମୀମାନଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି।

ତେବେ, ବୋମା କିଏ ପକାଇଛି ତାହା ଏଯାବତ୍ ଜଣାପଡ଼ି ନାହିଁ ଯଦିଓ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ହେତୁ କେହି ବିରୋଧୀ ଏପରି କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ୍ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe