ଆଜି ତୃତୀୟ ପର୍ୟ୍ୟାୟ ମତଦାନରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାଜ୍ୟରେ ଉପୁଜି ଥିବା ନିର୍ବାଚନୀ ହିଂସା ଯୋଗୁ ୩ ଜଣ କର୍ମୀ ଆହତ ହୋଇଥିବା ସୂଚନା ରହିଛି। ପଶ୍ଚିମବଙ୍ଗର ମୁରସିଦାବାଦସ୍ଥିତ ଡୋମକଲ୍ ମୁନିସିପାଲଟି ଠାରେ ଏହି ବୋମା ମାଡ଼ରେ ୩ ଜଣ ତୃଣ ମୂଳ କଂଗ୍ରେସ(ଟିଏମସି) କର୍ମୀ ଆହତ ହୋଇଥିବା ସୂଚନା ରହିଛି। ଆହତକର୍ମୀମାନଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି।
West Bengal: Three TMC workers injured after a crude bomb was hurled at them. The incident took place in Domkal municipality in Murshidabad pic.twitter.com/zHlVechLCz
— ANI (@ANI) April 23, 2019
ତେବେ, ବୋମା କିଏ ପକାଇଛି ତାହା ଏଯାବତ୍ ଜଣାପଡ଼ି ନାହିଁ ଯଦିଓ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ହେତୁ କେହି ବିରୋଧୀ ଏପରି କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ୍ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/D4z_HxgXkAUY44I.jpg)