ଲୋକସଭା ନିର୍ବାଚନ ୨୦୧୯ ଫେଜ୍ ୭ : ୧୦ ବଡ଼ ଚେହେରା ଯାହାଙ୍କ ଭାଗ୍ୟ ଆଜି ଇଭିଏମରେ ହେବ କଏଦ୍ ।

87

ରବିବାର ଚର ଅନ୍ତିମ ଚରଣ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ମୋଟ ୫୯ ସିଟରେ ଆଜି ମତଦାନ ହେବାକୁ ଯାଉଛି । ଏହି ଭୋଟଗଣନା ୨୩ ମଇକୁ ହେବ । ଖାସ୍ କଥା ହେଉଛି ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ ମଧ୍ୟ ମତଦାନ ହେବାକୁ ଯାଉଛି । ଯେଉଁଠାରେ ସେ ପୁଣିଥରେ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଛନ୍ତି । ଆଜିର ମତଦାନରେ ଅନେକ ବଡ଼ ବଡ଼ ନେତାଙ୍କ ଭାଗ୍ୟପରୀକ୍ଷା ହେବାକୁ ଯାଉଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି,ଶତ୍ରୁଘ୍ନ ସିହ୍ନା,ସୁଖବୀର୍ ସିଂହ ବାଦଲ,ମନିଷ୍ ତିୱାରୀ,କିରଣ ଖେର,ଅଭିଷେକ ବାନାର୍ଜୀ,ସନି ଦେଓଲ୍ , ମିସା ଭାରତୀ,ରବିଶଙ୍କର ପ୍ରସାଦ ଏବଂ ରବି କିସନ ପ୍ରମୁଖ ରହିଛନ୍ତି । ସପ୍ତମ ଚରଣରେ ପଞ୍ଜାବରେ ୧୩,ୟୁପିରେ ୧୩, ପଶ୍ଚିମବଙ୍ଗରେ ୯,ବିହାର ଓ ମଧ୍ୟପ୍ରଦେଶରେ ୮-୮,ହିମାଚଳପ୍ରଦେଶରେ ୪, ଝାରଖଣ୍ଡ ୩ ଏବଂ ଚଣ୍ଡିଗଡରେ ଏକମାତ୍ର ସିଟ୍ ରେ ମତଦାନ ହେବାକୁ ଯାଉଛି । ଏହି ଚରଣରେ ୯୧୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି ।

ରବିବାର ପଣଜୀ ବିଧାନସଭା ସିଟ୍ ପାଇଁ ମତଦାନ ହେବାକୁ ଯାଉଛି । ଯେଉଁଠି ପୂର୍ବ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନ ପରେ ରିକ୍ତ ହୋଇଥିଲା । ଏହାସହ ତାମିଲନାଡୁର ୪ ବିଧାନସଭା ସିଟ୍ ସୁଲୁର,ଅରବାକୁରୁଚି,ଓତାପିଦରମ୍ (ସୁରକ୍ଷିତ) ଏବଂ ତିରୁପରକୁଦ୍ରମ୍ ରେ ମଧ୍ୟ ଉପ ନିର୍ବାଚନ ହେବ । ୟୁପିରେ ବାରାଣାସୀ ସହ ଗାଜିପୁର,ମିର୍ଜାପୁର.ମହରାଜଗଞ୍ଜ,ଗୋରଖପୁର,କୁଶୀନଗର,ଦେବରିୟା,ବାସଗାଁଓ,ଘୋସୀ,ସଲେମପୁର,ବଲିୟା,ଚନ୍ଦୋଲୀ ଏବଂ ରବର୍ଟସଗଞ୍ଜ ସିଟରେ ମତଦାନ ଆରମ୍ଭ ହୋଇଯାଇଛି ।