ଲୋକସଭା ନିର୍ବାଚନ ୨୦୧୯ ଫେଜ୍ ୪ ଭୋଟିଙ୍ଗରେ ଆଜି ୯ ଟି ରାଜ୍ୟର ୭୨ ଟି ସଂସଦ ସିଟରେ ମତଦାନ ଜାରି ରହିଛି । ଯେଉଁଥିରେ ମହାରାଷ୍ଟ୍ରର ୧୭ ,ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର ୧୩-୧୩,ପଶ୍ଚିମବଙ୍ଗ ୮,ମଧ୍ୟପ୍ରଦେଶ ଏବଂ ଓଡିଶା ୬-୬, ବିହାର ୫ ଏବଂ ଝାରଖଣ୍ଡର ୩ ଟି ସିଟ୍ ଉପରେ ଆଜି ଭୋଟିଙ୍ଗ୍ ହେବ । ଜମ୍ମୁ-କାଶ୍ମୀରର ଅନନ୍ତନାଗ ସିଟ୍ ରେ ମତଦାନ ଜାରୀ ରହିଛି । ଅନନ୍ତନାଗ ସିଟ୍ ରେ ୩ ଟି ଚରଣରେ ମତଦାନ କରାଯାଉଛି । ବିଜେପି ଏବଂ ଏହାର ସହଯୋଗୀ ପାର୍ଟିଙ୍କ ପାଇଁ ନିର୍ବାଚନର ଏହି ଚରଣକୁ ମୁଖ୍ୟ ମନେକରାଯାଉଛି । କାରଣ ୨୦୧୪ ଲୋକସଭା ନିର୍ବାଚନରେ ୭୨ ଟି ସିଟରୁ ୫୬ ଟି ସିଟ୍ ରେ ବିଜେପି ବିଜୟ ହାସଲ କରିଥିଲା । ଅନ୍ୟ ୧୬ ଟି ସିଟରୁ ୨ ଟି ଉପରେ କଂଗ୍ରେସକୁ ବିଜୟ ମିଳିଥିଲା ଏବଂ ଅନ୍ୟ ସିଟରେ ତୃଣମୁଳ କଂଗ୍ରେସ ଏବଂ ବିଜଦ ୬-୬ ଭଳି ବିିପକ୍ଷ ପାର୍ଟିଙ୍କ ଖାତାକୁ ଯାଇଥିଲା । ଚତୁର୍ଥ ଚରଣରେ ପୂର୍ବ କେନ୍ଦ୍ରମନ୍ତ୍ରୀ ସଲମାନ୍ ଖୁର୍ସିଦ୍ ,ଶ୍ରୀପ୍ରକାଶ ଜାୟସବାଲ୍ , ୟୁପିର କ୍ୟାବିନେଟ୍ ମନ୍ତ୍ରୀ ସତ୍ୟଦେବ ପଚୌରୀ , ସପାର ଡିମ୍ପଲ୍ ଯାଦବ,ସାକ୍ଷୀ ମହାରାଜ ଏବଂ ରାଷ୍ଟ୍ରୀୟ ଅଦୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ରାମଶଙ୍କର କଠେରିଆ ଭଳି ରାଜନୈତିକ ବଳିଷ୍ଠ ଠିଆ ହୋଇଛନ୍ତି ।

Advertisment

publive-image

ତେବେ ନିର୍ବାଚନର ଚତୁର୍ଥ ଚରଣରେ ଭୋଟ୍ ଦେବା ପାଇଁ ସକାଳୁ ସକାଳୁ ପୋଲିଙ୍ଗ୍ ବୁଥ୍ ପାଖରେ ପହଂଚିଥିଲେ ବଲିଉଡ୍ ତାରକା । ଭୋଟିଙ୍ଗ୍ ଆରମ୍ଭରୁ ବୁଥରେ ପହଂଚିଥିଲେ ବରିଷ୍ଠ ଅଭିନେତ୍ରୀ ରେଖା । ସେ ବାନ୍ଦ୍ରାର ବୁଥ୍ ନମ୍ବର ୨୮୩ ରେ ଭୋଟ୍ ପକାଇଥିଲେ ।

publive-image

ଭୋଜପୁରୀ ଅଭିନେତା ରବିକିଶନ୍ ମୁମ୍ବାଇର ଗୋରେଗାଓଁରେ ଭୋଟ୍ ପକାଇବାକୁ ପହଂଚିଥିଲେ । ରବି ଉତ୍ତରପ୍ରଦେଶ ଗୋରଖପୁର ଲୋକସଭା ସିଟ୍ ରୁ ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି ।

publive-image

ବ୍ୟବସାୟୀ ଅନିଲ୍ ଅମ୍ବାନୀ ମଧ୍ୟ ଭୋଟ୍ ଦେବା ପାଇଁ ବୁଥରେ ପହଂଚିଥିଲେ ।

View image on Twitter

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା,ନିର୍ଦ୍ଦେଶକ ସୁବାଷ ଘାଇଙ୍କ ଭଳି ତାରକା ମଧ୍ୟ ଭୋଟ୍ ଦେବାକୁ ବୁଥରେ ପହଂଚିଥିଲେ ।