ପରିବାର ସଦସ୍ୟ ୯ କିନ୍ତୁ ଭୋଟ୍ ମିଳିଲା ୫ ! କ୍ୟାମେରା ସାମ୍ନାରେ ଭାବବିହ୍ୱଳ ହୋଇ କାନ୍ଦିଲେ ନେତା , କହିଲେ ପରିବାର ଲୋକ ହିଁ ଦେଇଦେଲେ ଧୋକା ।
ଲୋକସଭା ନିର୍ବାଚନ ୨୦୧୯ ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି । ଏନଡିଏକୁ ଯେଉଁଠି ଗତବର୍ଷ ୩୩୬ ସିଟ୍ ମିଳିଥିଲା ଚଳିତବର୍ଷ ସିଟ୍ ବଢି ୩୫୨ ସିଟ୍ ହୋଇଛି । ବିଜେପି ଏଥର ରେକର୍ଡଭଙ୍ଗା ପ୍ରଦର୍ଶନ କରି ମୋଟ ୩୦୩ ସିଟରେ ବିଜୟ ହାସଲ କରିଛି । ବିଜୟ ଲାଭ କରିଥିବା ପ୍ରାର୍ଥୀ ଯେଉଁଠି ସାରା ଦେଶରେ ଉତ୍ସବ ମନାଉଛନ୍ତି ସେଠାରେ ହାରିଥିବା ପ୍ରାର୍ଥୀ ଶୋକ ମନାଉଛନ୍ତି । ସୋସିଆଲ୍ ମିଡିଆରେ ଏବେ ଜଣେ ନେତାଙ୍କର ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ସେ ନିର୍ବାଚନ ହାରିବା ପରେ ଜୋର୍ ଜୋରରେ କାନ୍ଦିବା ନଜର ଆସୁଛନ୍ତି । ଏହି ନେତାଙ୍କ ନାଁ ଟିଟୁ ସଟର୍ଣ୍ଣ ବାଲା ବୋଲି ଜଣାପଡିଥିବା ବେଳେ ସେ ଜଲନ୍ଦର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢୁଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେ ହାରିଗଲେ । ହାରିବା ପରେ ସେ ଚ୍ୟାନେଲକୁ ସାକ୍ଷାତକାର ଦେଉଥିବା ସମୟରେ ଅଚାନକ କାନ୍ଦିବାକୁ ଲାଗିଲେ । କ୍ୟାମେରା ସାମ୍ନାରେ ସେ କହିଲେ ଯେ ତାଙ୍କ ଘରଲୋକ ହିଁ ତାଙ୍କୁ ଧୋକା ଦେଲେ । ଏହି ନେତାଙ୍କୁ ନିର୍ବାଚନରେ ମାତ୍ର ୫ ଟି ଭୋଟ୍ ମିଳିଥିଲା । ସେ କହିଥିଲେ ଯେ ମୋ ପରିବାରରେ ମୋଟ ୯ ଜଣ ସଦସ୍ୟ ଥାଉ ଥାଉ ମୋତେ ୫ ଟି ଭୋଟ୍ ମିଳିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
Neetu Shatran Wala of Jalandhar constituency broke into tears when he found out he got only 5 votes. He wasn’t sad because he got 5 votes, he was sad because his family has 9 members and yet he got only 5 votes.😒😭😒 #Verdict2019 #ElectionResults2019 pic.twitter.com/9jfPiPT7pW
— Sir Jadeja fan (@SirJadeja) May 23, 2019
ତେବେ ଏହି ଘଟଣା ପରେ ଯେତେବେଳେ ତଦନ୍ତ କରାଗଲା ଜଣାପଡିଲା ଯେ ଟିଟୁ ସଟର୍ଣ୍ଣଙ୍କୁ ୮୫୬ ଟି ଭୋଟ ମିଳିଛି । ତେବେ ଏହି ନେତା ଫଳାଫଳ ବାହାରିବା ସମୟରେ ହିଁ ଜାଣିଦେଇଥିଲେ ଯେ ସେ ହାରିବାକୁ ଯାଉଛନ୍ତି ସେତେବେଳକୁ ତାଙ୍କୁ ୫ ଟି ଭୋଟ୍ ମିଳିଥିଲା । ଏହାପରେ ସେ ଇଣ୍ଟରଭ୍ୟୁରେ କାନ୍ଦିବାକୁ ଲାଗିଲେ ଏବଂ କ୍ୟାମେରା ସାମ୍ନାରେ ତାଙ୍କ ପରିବାର ଲୋକ ଧୋକା ଦେଇଥିବା କଥା କହିଥିଲେ ।