ଲୋକସଭା ନିର୍ବାଚନ ୨୦୧୯ ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି । ଏନଡିଏକୁ ଯେଉଁଠି ଗତବର୍ଷ ୩୩୬ ସିଟ୍ ମିଳିଥିଲା ଚଳିତବର୍ଷ ସିଟ୍ ବଢି ୩୫୨ ସିଟ୍ ହୋଇଛି । ବିଜେପି ଏଥର ରେକର୍ଡଭଙ୍ଗା ପ୍ରଦର୍ଶନ କରି ମୋଟ ୩୦୩ ସିଟରେ ବିଜୟ ହାସଲ କରିଛି । ବିଜୟ ଲାଭ କରିଥିବା ପ୍ରାର୍ଥୀ ଯେଉଁଠି ସାରା ଦେଶରେ ଉତ୍ସବ ମନାଉଛନ୍ତି ସେଠାରେ ହାରିଥିବା ପ୍ରାର୍ଥୀ ଶୋକ ମନାଉଛନ୍ତି । ସୋସିଆଲ୍ ମିଡିଆରେ ଏବେ ଜଣେ ନେତାଙ୍କର ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ସେ ନିର୍ବାଚନ ହାରିବା ପରେ ଜୋର୍ ଜୋରରେ କାନ୍ଦିବା ନଜର ଆସୁଛନ୍ତି । ଏହି ନେତାଙ୍କ ନାଁ ଟିଟୁ ସଟର୍ଣ୍ଣ ବାଲା ବୋଲି ଜଣାପଡିଥିବା ବେଳେ ସେ ଜଲନ୍ଦର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢୁଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେ ହାରିଗଲେ । ହାରିବା ପରେ ସେ ଚ୍ୟାନେଲକୁ ସାକ୍ଷାତକାର ଦେଉଥିବା ସମୟରେ ଅଚାନକ କାନ୍ଦିବାକୁ ଲାଗିଲେ । କ୍ୟାମେରା ସାମ୍ନାରେ ସେ କହିଲେ ଯେ ତାଙ୍କ ଘରଲୋକ ହିଁ ତାଙ୍କୁ ଧୋକା ଦେଲେ । ଏହି ନେତାଙ୍କୁ ନିର୍ବାଚନରେ ମାତ୍ର ୫ ଟି ଭୋଟ୍ ମିଳିଥିଲା । ସେ କହିଥିଲେ ଯେ ମୋ ପରିବାରରେ ମୋଟ ୯ ଜଣ ସଦସ୍ୟ ଥାଉ ଥାଉ ମୋତେ ୫ ଟି ଭୋଟ୍ ମିଳିଲା ।
Neetu Shatran Wala of Jalandhar constituency broke into tears when he found out he got only 5 votes. He wasn't sad because he got 5 votes, he was sad because his family has 9 members and yet he got only 5 votes.😒😭😒 #Verdict2019#ElectionResults2019pic.twitter.com/9jfPiPT7pW
— Sir Jadeja fan (@SirJadeja) May 23, 2019
ତେବେ ଏହି ଘଟଣା ପରେ ଯେତେବେଳେ ତଦନ୍ତ କରାଗଲା ଜଣାପଡିଲା ଯେ ଟିଟୁ ସଟର୍ଣ୍ଣଙ୍କୁ ୮୫୬ ଟି ଭୋଟ ମିଳିଛି । ତେବେ ଏହି ନେତା ଫଳାଫଳ ବାହାରିବା ସମୟରେ ହିଁ ଜାଣିଦେଇଥିଲେ ଯେ ସେ ହାରିବାକୁ ଯାଉଛନ୍ତି ସେତେବେଳକୁ ତାଙ୍କୁ ୫ ଟି ଭୋଟ୍ ମିଳିଥିଲା । ଏହାପରେ ସେ ଇଣ୍ଟରଭ୍ୟୁରେ କାନ୍ଦିବାକୁ ଲାଗିଲେ ଏବଂ କ୍ୟାମେରା ସାମ୍ନାରେ ତାଙ୍କ ପରିବାର ଲୋକ ଧୋକା ଦେଇଥିବା କଥା କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/Capture-16.jpg)