ଟଳମଳ ଉତ୍ତରପ୍ରଦେଶ ନିର୍ବାଚନୀ ଗଣିତ ! ମୋଦିଙ୍କୁ କଳେବଳେ ହରାଇବା ପାଇଁ ବିରୋଧୀଙ୍କ ଷଡଯନ୍ତ୍ର , ସାଥ୍ ଦେବେ ସପା-ବସପା ନା କଂଗ୍ରେସ କରିବ କାରନାମା ।

316

ଲୋକସଭା ନିର୍ବାଚନ ୨୦୧୯ ର ଅନ୍ତିମ ପର୍ଯ୍ୟାୟ ଆସିସାରିଛି । ପୁଣିଥରେ ସମସ୍ତଙ୍କ ନଜର ଏବେ ଉତ୍ତରପ୍ରଦେଶର ସବୁ ସିଟ୍ ଉପରେ ରହିଛି । ଏଠାରେ ରବିବାର ୧୩ ଟି ସିଟରେ ଭୋଟିଙ୍ଗ୍ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରାଣାସୀରୁ ଜିତିବା ଏକରକମର ପକ୍କା ।

କିନ୍ତୁ ବାକି ସିଟରେ ଏଠାରେ ଏସପି-ବିଏସପି ଗଠବନ୍ଧନ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ରହିଛି । ନିର୍ବାଚନର ଅନ୍ତିମ ସମୟରେ ବିଜେପି ସତ୍ତାରେ ରହିବା ନିହାତି ଜରୁରୀ ଅଟେ । ୧୯ ମଇରେ ଯେଉଁ ୧୩ ଟି ସିଟରେ ବିଜେପିକୁ ଭୋଟ୍ ମିଳିବ ସେ ସବୁ ଉପରେ ବିଜେପିକୁ ପୂର୍ବ ନିର୍ବାଚନ ଅର୍ଥାତ୍ ୨୦୧୪ ରେ ବିଜୟ ମିଳିଥିଲା । ଉତ୍ତରପ୍ରଦେଶରେ ୧୨ ମଇରେ ୧୪ ଟି ସିଟ୍ ଉପରେ ଭୋଟିଙ୍ଗ୍ ହେବାକୁ ଯାଉଛି ।

ଅନେକ ନେତାଙ୍କ ଭାଗ୍ୟର ଚାଲିଛି ପରୀକ୍ଷା :

ଅନ୍ତିମ ଚରଣରେ ଏଠାରେ ବାରାଣାସୀ ବ୍ୟତିତ ସମସ୍ତଙ୍କ ନଜର ଗୋରଖପୁର , ଚନ୍ଦୋଲି ଏବଂ ଗାଜିପୁର ସିଟରେ ରହିଛି । ଯୋଗୀ ଆଦିତ୍ୟନାଥଙ୍କ ଗଡ଼ ହେଉଛି ଗୋରଖପୁର କିନ୍ତୁ ଚଳିତଥର ବିଜେପି ଅଭିନେତା ରବି କିଶନ୍ ଙ୍କୁ ଏଠାରେ ପ୍ରାର୍ଥୀ କରିଛି । ବିଜେପି ପାଇଁ କଷ୍ଟକର ହୋଇପାରେ ନିର୍ବାଚନୀ ରାସ୍ତା ରାଜନୀତିକ ସମୀକରଣ ଏବଂ ପୂର୍ବଫଳକୁ ସମୀକ୍ଷା କଲେ ଲାଗୁଛି ଚଳିତଥର ବିଜେପି ପାଇଁ ରାସ୍ତା ସହଜ ହେବ ନାହିଁ । ଗତ ନିର୍ବାଚନରେ ଏଠାରେ ମୋଦିଙ୍କ ମ୍ୟାଜିକ୍ ଚାଲିଥିଲା । ଏଠାରେ ଉଭୟ ବିଜେପି ଏବଂ ଏସପି-ବିଏସପି ଗଠବନ୍ଧନଙ୍କ ନଜରରେ ରହିଛି ଜାତିଗତ ସମୀକରଣ । ଉଚ୍ଚ ଜାତିର ଭୋଟ୍ ବିଜେପି ଖାତାକୁ ଆସିବ ଏହା ବିଜେପି ଜାଣିଛି କିନ୍ତୁ ଏହାସହ ଓବିସି ଏବଂ ଦଳିତଙ୍କ ଭୋଟ୍ ଉପରେ ମଧ୍ୟ ବିଜେପିର ନଜର ରହିଛି ।