ଲୋକସଭା ନିର୍ବାଚନ ୨୦୧୯ ର ଅନ୍ତିମ ପର୍ଯ୍ୟାୟ ଆସିସାରିଛି । ପୁଣିଥରେ ସମସ୍ତଙ୍କ ନଜର ଏବେ ଉତ୍ତରପ୍ରଦେଶର ସବୁ ସିଟ୍ ଉପରେ ରହିଛି । ଏଠାରେ ରବିବାର ୧୩ ଟି ସିଟରେ ଭୋଟିଙ୍ଗ୍ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରାଣାସୀରୁ ଜିତିବା ଏକରକମର ପକ୍କା ।
କିନ୍ତୁ ବାକି ସିଟରେ ଏଠାରେ ଏସପି-ବିଏସପି ଗଠବନ୍ଧନ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ରହିଛି । ନିର୍ବାଚନର ଅନ୍ତିମ ସମୟରେ ବିଜେପି ସତ୍ତାରେ ରହିବା ନିହାତି ଜରୁରୀ ଅଟେ । ୧୯ ମଇରେ ଯେଉଁ ୧୩ ଟି ସିଟରେ ବିଜେପିକୁ ଭୋଟ୍ ମିଳିବ ସେ ସବୁ ଉପରେ ବିଜେପିକୁ ପୂର୍ବ ନିର୍ବାଚନ ଅର୍ଥାତ୍ ୨୦୧୪ ରେ ବିଜୟ ମିଳିଥିଲା । ଉତ୍ତରପ୍ରଦେଶରେ ୧୨ ମଇରେ ୧୪ ଟି ସିଟ୍ ଉପରେ ଭୋଟିଙ୍ଗ୍ ହେବାକୁ ଯାଉଛି ।
ଅନେକ ନେତାଙ୍କ ଭାଗ୍ୟର ଚାଲିଛି ପରୀକ୍ଷା :
ଅନ୍ତିମ ଚରଣରେ ଏଠାରେ ବାରାଣାସୀ ବ୍ୟତିତ ସମସ୍ତଙ୍କ ନଜର ଗୋରଖପୁର , ଚନ୍ଦୋଲି ଏବଂ ଗାଜିପୁର ସିଟରେ ରହିଛି । ଯୋଗୀ ଆଦିତ୍ୟନାଥଙ୍କ ଗଡ଼ ହେଉଛି ଗୋରଖପୁର କିନ୍ତୁ ଚଳିତଥର ବିଜେପି ଅଭିନେତା ରବି କିଶନ୍ ଙ୍କୁ ଏଠାରେ ପ୍ରାର୍ଥୀ କରିଛି । ବିଜେପି ପାଇଁ କଷ୍ଟକର ହୋଇପାରେ ନିର୍ବାଚନୀ ରାସ୍ତା ରାଜନୀତିକ ସମୀକରଣ ଏବଂ ପୂର୍ବଫଳକୁ ସମୀକ୍ଷା କଲେ ଲାଗୁଛି ଚଳିତଥର ବିଜେପି ପାଇଁ ରାସ୍ତା ସହଜ ହେବ ନାହିଁ । ଗତ ନିର୍ବାଚନରେ ଏଠାରେ ମୋଦିଙ୍କ ମ୍ୟାଜିକ୍ ଚାଲିଥିଲା । ଏଠାରେ ଉଭୟ ବିଜେପି ଏବଂ ଏସପି-ବିଏସପି ଗଠବନ୍ଧନଙ୍କ ନଜରରେ ରହିଛି ଜାତିଗତ ସମୀକରଣ । ଉଚ୍ଚ ଜାତିର ଭୋଟ୍ ବିଜେପି ଖାତାକୁ ଆସିବ ଏହା ବିଜେପି ଜାଣିଛି କିନ୍ତୁ ଏହାସହ ଓବିସି ଏବଂ ଦଳିତଙ୍କ ଭୋଟ୍ ଉପରେ ମଧ୍ୟ ବିଜେପିର ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/Maya-Modi-Rahul-825x510.jpg)
/kanak/media/post_attachments/wp-content/uploads/2019/05/Narendra-Modis-Mega-Roadshow-in-Varanasi-5-300x200.jpg)
/kanak/media/post_attachments/wp-content/uploads/2019/05/priyanka-11-260x300.jpg)