ଲୋକସଭା ନିର୍ବାଚନରେ ସହଯୋଗୀ ଦଳମାନଙ୍କୁ ଟିକେଟ ବାଣ୍ଟିଲା ବିଜେପି । ଜାଣନ୍ତୁ କେଉଁ ଦଳକୁ କେଉଁ ରାଜ୍ୟରେ ଦେଲା କେତେ ଆସନ

272

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ବିଜେପି ତାର ପ୍ରସ୍ତୁତି ସେତେ ଜୋରଦାର କରୁଛି । ବିଜେପି ତାର ସହଯୋଗୀଦଳମାନଙ୍କୁ କେଉଁ ରାଜ୍ୟରେ କେତୋଟି ଲୋକସଭା ଆସନ ଛାଡିବ ତାହା ସ୍ପଷ୍ଟ ହୋଇଛି । ଉତ୍ତର ପ୍ରଦେଶ, ଝାଡଖଣ୍ଡ ଓ ଆସାମରେ ବିଜେପି ତାର ସହଯୋଗୀଦଳମାନଙ୍କୁ କେତେ ଆସନ ଛାଡିବ ସେନେଇ ବିଜେପି ନିଷ୍ପତ୍ତି ନେଇ ସାରିଛି । ହରିଆଣାରେ ବିଜେପି ସମସ୍ତ ୧୦ଟି ଆସନରେ ନିର୍ବାଚନ ଲଢିବ, କାରଣ ସେଠାରେ ଦୁଷ୍ମନ୍ତ ଚୌତାଲାଙ୍କ ସହ ବିଜେପିର ମେଣ୍ଟ ହୋଇନାହିଁ ।

ଉତ୍ତର ପ୍ରଦେଶରେ ବିଜେପି ତାର ସହଯୋଗୀ ଦଳମାନଙ୍କ ପାଇଁ ୬ଟି ଆସନ ଛାଡିବ । ୟୁପିରେ ଆପନା ଦଳକୁ ୨ଟି, ଆରଏଲଡିକୁ ୨ଟି ଓ ନିଷାଦ ପାର୍ଟି ଏବଂ ଓମ୍ ପ୍ରକାଶ ରାଜଭରଙ୍କ ପାର୍ଟିକୁ ଗୋଟିଏ ଲେଖାଏ: ଆସନ ଛାଡିବ । ସେହିଭଳି ଆସାମରେ ବିଜେପି ତାର ସହଯୋଗୀ ଦଳଙ୍କୁ ୩ଟି ଆସନ ଛାଡିବ । ୨ଟି ଆସନ ଆସାମ ଗଣପରିଷଦକୁ ଓ ଗୋଟିଏ ଆସନ ୟୁପିପିଏଲକୁ ଛାଡିବ ।

ଅନ୍ୟପଟେ ବିହାରରେ ଜେଡିୟୁ, ଏଲଜେପି, ଉପେନ୍ଦ୍ର କୁଶୱାହା ଓ ଜିତିନ ରାମ ମାଞ୍ଝୀଙ୍କୁ ବିଜେପି କେତେ ଆସନ ଛାଡିବ ତାହା ଉପରେ ଏବେ ବିଚାରବିମର୍ଷ ଚାଲିଛି । ମହାରାଷ୍ଟ୍ରରେ ଶିବସେନା (ସିନ୍ଦେ ଗୋଷ୍ଠୀ) ଓ ଅଜିତ ପାୱାରଙ୍କ ଶିବସେନାକୁ ବିଜେପି କେତେ ଆସନ ଛାଡିବ ତାହା ସ୍ପଷ୍ଟ ହୋଇନାହଁ ।